ହରଭଙ୍ଗା ,, (ସୁଶାନ୍ତ କୁମାର ବେହେରା )ରାଜ୍ୟର ଅନ୍ୟତମ ଅନୁନ୍ନତ ଜିଲ୍ଲା ରୂପେ ପରିଚିତ ବୌଦ୍ଧ ଜିଲ୍ଲାରେ ଯୋଗାଯୋଗ ର ବିକାଶ ପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପଦକ୍ଷେପ । ସଂକୀର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ ଓ ସେତୁ ନିର୍ମାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ବୌଦ୍ଧ ଉପକଣ୍ଠରେ ମହାନଦୀ ଉପରେ ଏକ ସୁଦୀର୍ଘ ସେତୁ ନିର୍ମିତ ହୋଇଥିବା ବେଳେ ହରଭଙ୍ଗା - ଧଳପୁର ରାସ୍ତାର ଖରଶଙ୍ଖୁଲେଇ ଠାରେ ଧଳପୁର - ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ଏହା ହେଉଛି ଦ୍ଵିତୀୟ ସେତୁ । ନାବାର୍ଡ ସହାୟତାରେ ୧୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି ସେତୁ ଏବଂ ଆପ୍ରୋଚ ରୋଡ଼ କାମ ସମ୍ପୂର୍ଣ୍ଣ ହୋଇ କେବଳ ଲୋକାର୍ପଣ ଅପେକ୍ଷାରେ । ଆଜକୁ ତିନିମାସ ତଳେ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ଏହି ୩ କିଲୋମିଟର ୩୨ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁର ଉଦଘାଟନ କୁ ଅଂଚଳବାସୀ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ଉଭୟ ପାର୍ଶ୍ୱ ର ଫୁଟପାଥ ( ପାଦଚଳା ରାସ୍ତା ) କୁ ମିଶାଇ ସେତୁର ଓସାର ସାଢେ ଏଗାର ମିଟର ଏବଂ ନଦୀ ଭିତରେ ସେତୁର ୫୯ ଟି ପିଲର ଥିବାବେଳେ ନଦୀ ବାହାରେ ୨୮ ଟି ପିଲର ରହିଛି । ବୌଦ୍ଧ, ପୁରୁଣା କଟକ ଓ ହରଭଙ୍ଗା ପଟୁ ଏହି ସେତୁକୁ ସଂଯୋଗକାରୀ ରାସ୍ତା ରହିଛି । ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥ ଠାରୁ ଧଳପୁର - ଆଠମଲ୍ଲିକ ସେତୁକୁ ସଂଯୋଗ କରିବା ପାଇଁ ୧୧ କିଲୋମିଟର ୩୨୮ ମିଟର ନୂତନ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଏହାର ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ପୂର୍ତ୍ତ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯିବ । ଏଥିପାଇଁ ୯୨ ଏକର ଜମି ଅଧିଗ୍ରହଣ କରାଯିବାର ପ୍ରସ୍ତାବ ରହିଛି । ଅତ୍ୟାଧୁନିକ ନିର୍ମାଣ କୌଶଳର ଉପଯୋଗ କରାଯାଇ ନିର୍ମିତ ହୋଇଛି ଧଳପୁର - ଆଠମଲ୍ଲିକ ମହାନଦୀ ସେତୁ । ଇତିମଧ୍ୟରେ ରାଜ୍ୟ ପୂର୍ତ୍ତମାନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ତ୍ତ ବିଭାଗ ର ଅତିରିକ୍ତ ସଚିବ ମନୋରଞ୍ଜନ ମିଶ୍ର, ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଶ୍ୱ ବ୍ୟାଙ୍କ ର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ସେତୁ ପରିଦର୍ଶନ କରିବା ସହ ସେତୁ ନିର୍ମାଣକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ବୌଦ୍ଧ ର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ପ୍ରକାଶ କରିଛନ୍ତି ଯେ ସେତୁର ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । କେବଳ ଆନୁଷ୍ଠାନିକ ଭାବରେ ଉଦଘାଟନକୁ ଅପେକ୍ଷା । ଉଲ୍ଲେଖଯୋଗ୍ୟ ଯେ ଏହି ସେତୁ ନିର୍ମାଣ ପାଇଁ ଅନେକ ଦିନରୁ ଦାବୀ ହୋଇଆସୁଥିଲା । ଏବେ ତାହା ପୂରଣ ହୋଇଛି । ଏହି ସେତୁ ନିର୍ମାଣ ହେବା ଫଳରେ ସମ୍ବଲପୁର, ଅନୁଗୁଳ, କଟକ ଓ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ଗମନାଗମନରେ ସୁବିଧା ହେବା ସହ ଦୂରତା ହ୍ରାସ ପାଇବ ।

Post a Comment