ଛେଳି ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସ ରେ ଜିମାଦେଲେ ଗାଁ ଲୋକେ


କଣ୍ଟାମାଳ :(ସୁଶାନ୍ତ କୁମାର ବେହେରା )ଛେଳି ଚୋରକୁ ଧରି ପୋଲିସ ରେ ଦେଲେ ଗ୍ରାମବାସୀ।ଘଟଣା ଟି ଘଟିଛି ବୌଦ୍ଧି ଜିଲ୍ଲାରେ।ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପାଇକବାହାଳ ଗ୍ରାମରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଉକ୍ତ ଗ୍ରାମର ଲକ୍ଷ୍ମଣ ନାୟକ ନିଜ ପରିବାର ସହ ଏକ ହୋଟେଲ କରି ପରିବାର ଚଲାନ୍ତି।ଗତ ରାତିରେ ପ୍ରାୟ ୧୨ ଘଣ୍ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ପଲ୍ସର ବାଇକରେ ଆସି ସେ ରଖିଥିବା ଛେଳିକୁ ଚୋରି କରି ଧରି ପଳାଉଥିବା ବେଳେ ହଠାତ୍ ଲକ୍ଷ୍ମଣ ନିଦରୁ ଉଠି ତାଙ୍କୁ ଦୌଡ଼ାଇ ଜଣକୁ ଧରିଥିଲେ ଓ ପରେ ଗାଁ ଲୋକଙ୍କୁ ଘଟଣା ସ୍ଥଳକୁ ଡାକିଥିଲେ ଘଟଣା ସ୍ଥଳରୁ ଜଣେ ଚୋର ଫେରାର ହୋଇଥିବା ବେଳେ ଧରାପଡ଼ିଥିବା ଚୋରକୁ ଗୋଡହାତ ବାନ୍ଧି ନିସ୍ତୁକ ଛେଚି ଥିଲେ ଲୋକେ।ଚୋରି ହାରି ଓ ରାହାଜାନୀ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ସଗଡା ଫାଣ୍ଡି ଅଞ୍ଚଳରେ।ଦୁର୍ବୃତ୍ତ ମାନେ ଆଣିଥିବା ବାଇକ୍ ଟି ମଧ୍ୟ ଜବତ କରି ସଗଡା ଫାଣ୍ଡି ପୋଲିସ କୁ ହସ୍ତାନ୍ତର କରିଥିବା ଜଣାପଡିଛି ଉକ୍ତ ବାଇକ୍ ନମ୍ୱର OD 31 K 3727 ବୋଲି ଜଣାପଡିଛି। ଘଟଣା ସ୍ଥଳରେ ସଗଡା ପୋଲିସ ପହଞ୍ଚି ବାଇକ୍ ଓ ଚୋରକୁ ଥାନାକୁ ଆଣିଥିବା ବେଳେ ଘଟଣା ର ଅଧିକ ତଦନ୍ତ ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Post a Comment

Previous Post Next Post