ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ୭ଟିପରିବାର ସୁବର୍ଣ୍ଣପୁର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ପଟାଭାଡି ପାଖରେ ସରକାରୀ ଜମିରେ ଘର କରି ରହିଆସୁଥିବା ବସ୍ତି ବାସିନ୍ଦାକୁ ଆଜି ଜିଲ୍ଲା ପ୍ରସାଶନ ପକ୍ଷରୁ ଉଚ୍ଛେଦ କରାଯାଇଛି ।ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଭାଡି ନିକଟ ଲଲୁବାବୁ ପଡିଆ କଡରେ ସରକାରୀ ଜମିରେ ଜବରଦଖଲ ରେ ଘର କରି ରହୁଥିବା ଅନେକ ଘରକୁ ଭାଙ୍ଗିଦିଆଯାଇଛି । ଥଇଥାନ ନ କରି ଘର ଭାଙ୍ଗୁ ଥିବାରୁ ଏହାର ପ୍ରତିବାଦ କରିଛନ୍ତି ବସ୍ତିବାସିନ୍ଦା ।ଏମାନେ ତିନି ବର୍ଷ ହେଲା ଏହି ସରକାରୀ ଜମିରେ ପ୍ରାୟ ୭ ଟି ପରିବାର ଅସ୍ଥାୟୀ ଘର କରି ରହିଆସୁଥିଲେ ଏବଂ ତାଙ୍କର ନାଁରେ ଜବର ଦଖଲ କେଶ ହୋଇ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଖଜଣା ମଧ୍ୟ ଆଦାୟ କରାଯାଉଥିଲା ।କିନ୍ତୁ ଆଜି ହଠାତ୍ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ସହତି ତହସିଲଦାର , ଆରଆଇ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଉଚ୍ଛେଦ କରିଛନ୍ତି । ଆଗରୁ ନୋଟିସ ନ ଦେଇ ତଥା ଥଇଥାନ ନ କରି ହଠାତ୍ ଉଚ୍ଛେଦ କରାଉଥିବାରୁ ଏହାର ଅଭିନବ ପ୍ରତିବାଦ କରଛନ୍ତି ବସ୍ତି ବାସିନ୍ଦା ।କୌଣସି ଉପାୟ ନ ପାଇଁ ସଦର ତହସିଲ ଅଫିସ ଆଗରେ ଛୁଆ ପିଲା ଧରି ଧାରଣା ଦେଇଛନ୍ତି । ତହସିଲ ଆଗରେ ସମସ୍ତ ପରିବାର ଆସବାବ ପତ୍ର ଧରି ରୋଷେଇ କରିଛନ୍ତି । ବସ୍ତି ଉଚ୍ଛେଦ ଆଗରୁ ସେମାନଙ୍କୁ ଥଇଥାନ କରିବାକୁ ଦାବୀ କରିଛନ୍ତି ।ଏପରିକି ଥଇଥାନ ନ କଲେ ଏଠାରୁ ଯିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ବସ୍ତିବାସିନ୍ଦାଙ୍କ ଏହି ଦାବି କୁ ସମର୍ଥନ କରି ସୁବର୍ଣ୍ଣପୁର ଜିଲ୍ଲା ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ଏମାନଙ୍କ ଥଇଥାନ ଦାବି କରିଛନ୍ତି । ସେପଟେ ସଦର ତହସିଲଦାର କି ଉପଜିଲ୍ଲପାଳ ଏସମ୍ପର୍କରେ ମତାମତ ଦେବା ପାଇଁ ମନା କରିଦେଇଛନ୍ତି ।

Post a Comment

Previous Post Next Post