ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘର ବୈଠକ


ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ତିଖାଲି ନିକଟରେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘର  ନୂଆପଡ଼ା ତରଫ ରୁ ଏକ ସଭା ର ଆୟୋଜନ କରାଯାଇ ଥିଲା,ଉକ୍ତ ସଭାରେ ରାଜ୍ୟ ସାରା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଆଉଟଶୋର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମାନେ ଦିନ ରାତି ପରିଶ୍ରମ କରି ତାଙ୍କ ଉଚିତ ପାଉଣା ପାଇ ପାରୁନାହାନ୍ତି, ବର୍ଷ ବର୍ଷ ଧରି ଏମାନେ କାର୍ଯ୍ୟ କରି ଆସୁଥିଲେ ହେଁ ସରକାର ଏମାନଙ୍କୁ ସାବତ ପୁଅ ଭଳି ବ୍ୟବହାର କୁ ଏମାନେ ଘୋର ନିନ୍ଦା କରିଛନ୍ତି, ସରକାରଙ୍କର ବିଭିନ୍ନ ବିଭାଗ ଯଥା ରେଭେନ୍ୟୁ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ,MGNREGA, DHH ,ଜଙ୍ଗଲ ବିଭାଗ, ଭଳି ବିଭିନ୍ନ ବିଭାଗ ରେ ହଜାର ହଜାର ସଂଖ୍ୟାରେ ଏମାନେ କାର୍ଯ୍ୟ କରି ଆସୁଛନ୍ତି ହେଲେ ଏତେ ବର୍ଷ କାର୍ଯ୍ୟ କରି ମଧ୍ୟ ସେମାନେ ସରକାରୀ କର୍ମଚାରୀ ମାନେ ପାଉଥିବା ସୁବିଧା ର ଗୋଟିଏ ପ୍ରତିଶତ ସୁବିଧା ମଧ୍ୟ ପାଉ ନାହାନ୍ତି।

ତାଙ୍କ ଅଭିଯୋଗ ହେଲା ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଆଦେଶ ଯାହା ସମାନ କାମ କୁ ସମାନ ଦରମା ତାହା ମଧ୍ୟ ସରକାର ପାଳନ କରୁନାହାନ୍ତି ତତ ସଂଗେ ସଂଗେ ପିଛିଲା ଭାବେ ଲାଗୁ କରାଯାଇ ଥିବା ୨୫% ଦରମା ମଧ୍ୟ ଏମାନେ ପାଉ ନାହାନ୍ତି, କେବଳ ନୂଆପଡା ଜିଲ୍ଲାରେ ୩୫୦ ରୁ ଉର୍ଧ୍ଵ କର୍ମଚାରୀ ଆଉଟଶୋର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟ କରି ଆସୁଛନ୍ତି ହେଲେ ଏମାନଙ୍କ କୌଣସି ଚାକିରୀର ସ୍ଥାଇତ୍ୱ ନ ଥିବାରୁ ଏମାନଙ୍କୁ ବିନା କାରଣ ଦର୍ଶାଇ ଚାକିରିରୁ ବହିଷ୍କାର କରିବା ମଧ୍ୟ ନଜର ରହିଛି..

ଏମାନଙ୍କ ଦାବି ଗୁଡିକ ମଧ୍ୟରୁ ମୁଖ୍ୟତଃ ଆଉଟଶୋରସିଙ୍ଗ ପ୍ରଥା ଉଛେଦ, ସରକାରୀ ଆଖ୍ୟା ପ୍ରଦାନ, ସମାନ କାମକୁ ସମାନ ଦରମା ଦିଆଯାଉ ଜଦି ସରକାର ଏମାନଙ୍କ ଦାବି ଗୁଡିକୁ ପୂର୍ଣ୍ଣ ନ କରେ ତେବେ ଆଗାମୀ ଦିନରେ ରାଜ୍ୟ ସାରା ଏକ ବଡ଼ ଧାରଣର ଆନ୍ଦୋଳନ କରାଯିବା ଶହ ରାଜଧାନୀରେ ବିକ୍ଷୋବ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଥିଲେ । ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment

Previous Post Next Post