କୃଷିବୀମା ପ୍ରଦାନ ଦାବୀରେ ଜିଲ୍ଲା ବିଜେଡି ଦଳର ବିକ୍ଷୋଭ ପ୍ରଦର୍ଶନ


ସୁବର୍ଣ୍ଣପୁର (ଗଣପତି ବାଘ)ଚାଷିମାନଙ୍କୁ କୃଷି ବିମା ପ୍ରଦାନ ଦାବିରେ ବିଜେଡିର ବିକ୍ଷୋଭ । ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ପକ୍ଷରୁ ଆଜି ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଗୁରୁତ୍ବ ଦେବାକୁ ଦାବି ହୋଇଛି । ଏହି ଅବସରେ ଏକ ଶୋଭାଯାତ୍ରା ସହରର ସୁରେଶ୍ବରୀ ମନ୍ଦିରରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ସହ ବହୁ ନେତା କର୍ମି ସାମିଲ ହୋଇଥିଲେ ଓ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Post a Comment

Previous Post Next Post