ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ୍ ର କୋଲତାଜୋର୍ ଠାରେ ଥିବା ବହୁମୁଖି ବନ୍ୟା ଆଶ୍ରୟ୍ଥଳ ଠାରେ ଜିଲ୍ଲା ପ୍ରଶାସନ ଏବଂ OSDMA ତରଫରୁ ଆଜି ୧୧ଦିନିଆ ତାଲିମ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ସ୍ଥାନୀୟ ସରପଞ୍ଚ ସମସ୍ତଙ୍କୁ ସ୍ବାଗତ ଜଣେଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ emergency ବିଭାଗର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଝା ଯୋଗଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୋଡାଲ ଏନଜିଓ ଲୋକ କଳା ବିକାଶ କେନ୍ଦ୍ରର ଜିଲ୍ଲା ତାଲିମ ଦାତା ଶ୍ରୀଯୁକ୍ତ ସୀତାକାନ୍ତ ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚୁମକି ଭୋଇ,ଜେଇ ଶ୍ରୀମତୀ ଲଳିତା ମାଝୀ ,ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀଯୁକ୍ତ ଜୟ ମହାନ୍ତ,ଭାଇସ ଚେୟାରମେନ ଶ୍ରୀଯୁକ୍ତ ମହେନ୍ଦ୍ର ରଣା,ପିଇଓ ନବଘନ ପ୍ରଧାନ ଉପସ୍ଥିତ ଥିଲେ। ପ୍ରତିଭାଗୀ ଭାବରେ ସ୍ଥାନୀୟ ୧୮ରୁ ୩୫ବର୍ଷ ର ଯୁବଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ତାଲିମ ଦାତା ଭାବରେ search and rescue ର ରାଜ୍ୟ ତାଲିମ ଦାତା ଶ୍ରୀଯୁକ୍ତ ଗୋପାଳ ଚରଣ ନାୟକ ଏବଂ ଶ୍ରୀଯୁକ୍ତ ଜୟପ୍ରକାଶ
ସାମନ୍ତରାୟ ଯୋଗଦେଇଥିଲେ। ଶ୍ରୀଯୁକ୍ତ ସଞ୍ଜୟ କୁମାର ଝା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମର୍କରେ ଜଣେଇବା ସହିତ ଜିଲ୍ଲା ରେ emergency ପାଈଁ ରହିଥିବା ଟୋଲ ଫ୍ରି ନମ୍ୱର୍ ୦୬୮୪୧୨୨୨୦୨୩ ବିଷୟରେ ବୁଝାଇଥିଲେ। ସ୍ଥାନୀୟ ଲୋକେ ହିଁ ସ୍ଥାନୀୟ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ କରିବେ ତେଣୁ ସେହି ଲୋକଙ୍କୁ ହିଁ ତାଲିମ ଦେବା ଆବଶ୍ୟକ ବୋଲି କହିଥିଲେ। ଶ୍ରୀଯୁକ୍ତ ସୀତାକାନ୍ତ ସାହୁ କହିଥିଲେ ଯେ ଯୁବ ଗୋଷ୍ଠୀ ମାନେ ହେଉଛନ୍ତି ଶକ୍ତି ତେଣୁ ତାଙ୍କୁ ତାଲିମ ଦେଲେ ବିପର୍ଯ୍ୟୟ ସମୟରେ ସେମାନେ ହିଁ ସହାୟ ହେବେ ବୋଲି ମତବ୍ୟକ୍ତ କରିଥିଲେ। ଆଜି ଏଥି ଆପଣ ମାନେ ୨୫ଜଣ ଅଛନ୍ତି ତାଲିମ ପାଇଁ ତ ଯେ କୌଣସି ସମୟରେ ବିପର୍ଯ୍ୟୟ ଆସିଲେ ଆପଣ ମାନଙ୍କୁ ପ୍ରଥମେ ଜଣା ହେବ ବୋଲି କହିଥିଲେ। ତେଣୁ ସମସ୍ତେ ଏହି ତାଲିମ କାର୍ଯ୍ୟକ୍ରମ କୁ ଭଲରେ ଶିଖିବାକୁ ମତବ୍ୟକ୍ତ କରିଥିଲେ।ପରେ ଶ୍ରୀଯୁକ୍ତ ସାମନ୍ତ ବିପର୍ଯ୍ୟୟ ଏବଂ ବିପଦ କଣ ସେ ବିଷୟରେ ବୁଝାଇଥିଲେ। କିଭଳି ଭାବରେ ଆମେ ପ୍ରଥମେ ଜଣେ କେଉଁ ସମସ୍ୟାରେ ଅଛି ତାକୁ ଜାଣିବା ଏବଂ ତାଙ୍କୁ ଉଦ୍ଧାର କେମିତି କରିବା ସେ ବିଷୟରେ କହିଥିଲେ। ଉଦ୍ଧାର କେମିତି କରିବା ତାକୁ ପ୍ରତିଭାଗୀ ମାନଙ୍କୁ ନେଇ ଅଭ୍ୟାସ କରେଇଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ୧୧ଦିନ ପର୍ଯ୍ୟନ୍ତ ଚାଲିବ ବୋଲି emergency ବିଭାଗ ଜିଲ୍ଲା ସଂଯୋଜୋକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଝା କହିଥିଲେ। ପ୍ରଥମ ପାଞ୍ଚଦିନ ସନ୍ଧାନ ଏବଂ ଉଦ୍ଧାର,ଦୁଇ ଦିନ ପ୍ରାଥମିକ ଚିକିତ୍ସା ଏବଂ ଆଉ ଚାରିଦିନ ବନ୍ୟା ଆଶ୍ରୟ ସ୍ଥଳ ର କମିଟି ସଦସ୍ୟ ସଦସ୍ୟା ଙ୍କୁ ନେଇ ଆଶ୍ରୟସ୍ଥଳ ର ପରିଚାଳନା ବିଷୟରେ ତାଲିମ ଦିଆଯିବ ଯାହା କି ନୋଡାଲ ଏନ ଜି ଓ ର ତାଲିମ ଦାତା ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ତାଲିମ ଦେବେ ବୋଲି ମତାମତ ପ୍ରଦାନ୍ କରିଥିଲେ।
Post a Comment