ସମବାୟ ବ୍ୟାଙ୍କ ନିର୍ଦ୍ଦେଶକନିର୍ବାଚନ


ସୋନପୁର (ସର୍ଜନ କୁମାର ପାଣ୍ଡେ) ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ସର୍ବାଧିକ ଆସନରେ ବିଜୟୀ ହୋଇଛନ୍ତି । ୧୫ ଟି ନିର୍ଦ୍ଦେଶକ ଆସନରୁ ୧୩ ଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିଥିବା ସୂଚନା ମିଳିଛି । ଆଉ ଦୁଇ ଟିରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିଛନ୍ତି । ବିଜେଡିର ସମର୍ଥନରେ ଥିବା ପୂର୍ବତନ ବିଡିସିସି ବ୍ୟାଙ୍କ୍ ସଭାପତି ଲକ୍ଷ୍ମଣ ମେହେର ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ପୂର୍ବ ବିଡିସିସି ବ୍ୟାଙ୍କ୍ ସଭାପତି ସୁଶିଲ କୁମାର ଚାନ୍ଦ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ଏଣେ ବିଜେପିର ଜିଲ୍ଲା ସଭାପତି ଶିବାଜି ମହାନ୍ତି ଙ୍କ ସମେତ ସାଂସଦଙ୍କ ପ୍ରତିନିଧି ଅମିତ୍ ସିଂନିନା ଓ ସୋନପୁର ର ବରିଷ୍ଠ ବିଜେପି ନେତା ନବକୃଷ୍ଣ ଦନ୍ତା ପରାଜିତ ହୋଇଛନ୍ତି । ସେପଟେ ୭ ନମ୍ୱର ଜୋନରେ ପୂର୍ବ ନିର୍ଦ୍ଦେଶକ ଅଶୋକ ଦୋରା ଓ ଯୋଗିନ୍ଦ୍ର ମିର୍ଦ୍ଦା ଙ୍କ ତୀବ୍ର ପ୍ରତିଦ୍ବନ୍ଦିତା ହୋଇ ସମାନ ସଂଖ୍ୟକ ଭୋଟ ହୋଇଥିଲା । ଶେଷରେ ଧର୍ମଗୋଲାରେ ଯୋଗୀନ୍ଦ୍ର ମିର୍ଦ୍ଧା ବିଜୟୀ ହୋଇଥିଲେ ।

Post a Comment

Previous Post Next Post