ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ପଦଯାତ୍ରା


ସୁବର୍ଣ୍ଣପୁର (ଗଣପତିବାଘ) ଅକ୍ଟୋବର ୨ ତାରିଖ ରୁ ବିଜେଡି ସାରା ରାଜ୍ୟ ରେ ଜନସଂପର୍କ ପଦଯାତ୍ରା ଆରମ୍ଭ କରିଛି । ଗାଁକୁ ଗାଁ ସ୍ଥାନୀୟ ବିଧାୟକ ଓ କର୍ମୀମାନେ ଯାଇ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଜନ ହିତକାର ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି କି ନାଇଁ ଓ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ଏହି ପଦଯାତ୍ରା ଆୟୋଜିତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭା ବେହେରା ଙ୍କ ନେତୃତ୍ବରେ ବିଜେଡ଼ି କର୍ମୀ ମାନେ ବିଭିନ୍ନ ଗାଁ କୁ ବୁଲି ବୁଲି ପଦଯାତ୍ରା କରୁଥିବା ଦେଖାଯାଉଛି । ଗତକାଲି ଉଲୁଣ୍ଡା ବ୍ଲକ ମୁଣ୍ଡୋଘାଟ ପଂଚାୟତ ଭଜବଳପୁର ଗାଁରୁ ବାହାରି କଳାପଥର ପଂଚାୟତର କିଛି ଗାଁ ତଥା କାଦୋଦର ପଂଚାୟତର ଗାଁଗୁଡିକୁ ପଦଯାତ୍ରା ରେ ଯାଇ ଲୋକ ସମ୍ପର୍କ ରଖିବା ପାଇଁ ବିଜୁ ଜନତା ଦଳର ପକ୍ଷରୁ ପ୍ରୟାସ କରାଯାଇଛି । ପରେ ପରେ କାଦୋଦର ଗାଁ ରେ ଏକ ପଥ ପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା । ଏଥିରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭା ବେହେରା ,ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ , ଉଲୁଣ୍ଡା ପଂଚାୟତ ସମତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ନବୀନ ସରକାର ଙ୍କ ଜନ ହିତକର ଯୋଜନା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ ।ଏହି ପଦଯାତ୍ରାରେ ଉଲୁଣ୍ଡା ବ୍ଲକର ଶହ ଶହ ବିଜେଡି କର୍ମୀ ସାମିଲ ହୋଇଥିଲେ ା

Post a Comment

Previous Post Next Post