ସିନାପାଲି ; (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମରେ ମାଁ ଇଷ୍ଟଦେବୀ ବନ୍ଦଗୋସିଆଣି ବୁଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ବୁଏଲ ଯାତ୍ରା ରେ ସହ ସହ ଶ୍ରଦ୍ଧାଳୁ ମାଁ ଙ୍କୁ ଦର୍ଶନ କରି ଆଶିଷ ମାଗିଥାନ୍ତି ଇଷ୍ଟଦେବୀ ଙ୍କ ସମେତ ନନୀମା, ଗୋପାଗୋସେନ ,କଚନା ଧରୁଆ ,ଟମଟକୁ,ଠାକୁରାଣୀ, ଦୁଲ୍ଲା ଙ୍କ ସମେତ ସମସ୍ତ ଗ୍ରାମଦେବୀ କାଳିସି ରୂପରେ ସବାର ହୋଇ ଗ୍ରାମ ପରିକ୍ରମା କରିଥିଲେ ।ଲୋକେ ନିଜ ନିଜ ଘରେ ଝୋଟି କାଟି ଓ କଳସ ସ୍ଥାପନ କରି ଦେବୀ ମାନଙ୍କୁ ବନ୍ଦାପନା କରିଥିଲେ।ଗାଁ ର ଝାଙ୍କର ରୂପଚନ ମାଝୀ ପୂଜାର୍ଚ୍ଚନା କରି ଦେବୀ ମାନଙ୍କୁ ଆବାହନ କରିଥିଲେ।ପରେ ବାଟ ସାରା ନୁଆଁ ଧୋତି ପକାଇ ସେମାନଙ୍କୁ ପୂଜାସ୍ଥଳୀକୁ ।ଏଥିରେ ଆଖପାଖ ଗ୍ରାମ ସମେତ ପଡୋଶୀ ଛତିଶଗଡ଼ ରାଜ୍ୟର ଶତାଧିକ ଭକ୍ତ ମାଁ ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।ବିଶ୍ୱାସ ଅନୁଯାୟୀ ମାଁ ଇଷ୍ଟଦେବୀ ଙ୍କ ଦର୍ଶନ କଲେ ସମସ୍ତ ପ୍ରକାର ଅଭିଷ୍ଟ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ଏହି ଅବସରରେ ଗ୍ରାମର ଗହଟିଆ - କେଶବ ମାଝୀ, ସରପଞ୍ଚ- ବେଣୁଧର ହରିଜନ, ସମାଜସେବି - ଇନ୍ଦ୍ରଜିତ ମାଝୀ ,କମଳ ମାଝୀ ,ପିତମ ମାଝୀ, ଭଜନ ଲାଲ ପାତ୍ର, ରୂପସିଂହ ମାଝୀ, ଶତ୍ରୁଘ୍ନ ମାଝୀ, ମହାଦେବ ତାଣ୍ଡି, ବିଘ୍ନ ମାଝୀ, ରାଜମତି ମାଝୀ, ଅକୁର ମାଝୀ, ରାଧା ମାଝୀ, ବଂଶୀ ମାଝୀ, ରୂପଧର ମାଝୀ, ତଥା ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ଯୁବପିଢ଼ି ଉପସ୍ଥିତ ଥିଲେ ।

Post a Comment