ସୁବର୍ଣ୍ଣପୁ୍ରେ ମାଁଜଗଜ୍ଜନନୀଙ୍କ ଦଶମୀପୁଜା


ସୁବର୍ଣ୍ଣପୁର (ଗଣପତିବାଘ) ବିଭିନ୍ନ ପୁଜାମଣ୍ଡପ ମାନଙ୍କରେ ମାଁଙ୍କପୂଜା ଆରଧନା ଚାଲିଥିବା ବେଳେ ତନ୍ତ୍ରମାଟି ସୁବର୍ଣ୍ଣପୁରରେ ଆଜି ଚାଲିଛି ମାଁଦୁର୍ଗାଙ୍କ ଦଶହରା ପୂଜା । ମାଁ ଜଗଜ୍ଜନନୀଙ୍କ ବିଭିନ୍ନ ପୂଜାମଣ୍ଡପରେ ସୁଉଚ୍ଚ ଆକର୍ଷଣୀୟ ତୋରଣ ସାଙ୍ଗରୁ ଝିଲମିଲ ଆଲୋକମାଳାରେ ଝଲସୁଛି ପୁରା ସହର । ଏଥର ସହରର ବ୍ଳକ ଛକ ପୁଜାମଣ୍ଡପ ବାବା କେଦାନାଥ ଙ୍କ ମନ୍ଦିର ର ଆକୃତିରେ ଶୋଭା ପାଉଥିବାବେଳେ ବଡବଜାର ଟିକିରିପଡା ପୁଜାମଣ୍ଡପରେ ଏଥର ଭାରତ ପ୍ରସିଦ୍ଧ ଇଣ୍ଡିଆଗେଟ ଆକୃତିର ସୁଉଚ୍ଚ ତୋରଣ ରେ ଶୋଭାପାଉଛି ା ସେହିପରି ସହର ର ଘୋଡାଘାଟପଡା ଛକ, ପଟାଭାଡି, ଗୁଣ୍ଡିଚାମନ୍ଦିର, ତଥା ଗଡଭିତର ଓ ଥନାପତିପଡା ମଣ୍ଡପରେମଧ୍ୟ ଦୁର୍ଗାଙ୍କ ପୂଜା ସାଙ୍ଗକୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।


ଆଜି ଦଶହରା ଅବସରରେ ମଣ୍ଡପଗୁଡିକରେ ମାଁଙ୍କ ଅପରାଜିତା ମନ୍ତ୍ରରେ ପୂଜା ଆରାଧନା ଚାଲିଛି । ଚଣ୍ଡୀ ପାଠ, ହୋମଯଜ୍ଞାଦି ସହିତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ପ୍ରତିଟି ମଣ୍ଡପରେ ସନ୍ଧ୍ୟାରେ ଦେବୀଙ୍କ ଆଳତୀ ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମୁଛି । ବିଶେଷକରି ବ୍ଳକ ଛକ ମଣ୍ଡପରେ ଦେବୀଙ୍କ ପାଟ ବସ୍ତ୍ର ଓ ପ୍ରାୟ ୨୦ କେଜିର ରୂପା ଆଭୂଷଣ ବେଶ୍ ଆକର୍ଷଣୀୟ ହୋଇଛି ।ଆଦି ବିଜୟା ଦଶମି ତଥିରେ ସହରର ଦୁଇଟି ପୂଜା କମିଟୀ ବ୍ଲକ ଛକ ଦୁର୍ଗାପୂଜା କମିଟୀ ଓ ଗୁଣ୍ଡିଚାମନ୍ଦିର ଦୁର୍ଗା ପୂଜା କମିଟୀ ପକ୍ଷରୁ ରାବଣ ପୋଡି ଉତ୍ସବର ଆୟୋଜନ କରାଯାଇଛି ।

Post a Comment

Previous Post Next Post