ମଧୁପୁରା ଡଗରା ରାସ୍ତା ସଂପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପରେ କାର୍ଯ୍ୟ ହେବା ନେଇ ଅନିଶ୍ଚିତତା।

ସରକାରୀ ପାଣ୍ଠି ସଞ୍ଚୟ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର 



ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ମଧୁପୁରା ଠାରୁ ଡଗରା ପୂର୍ତ୍ତ ବିଭାଗର ରାସ୍ତା ସଂପ୍ରସାରଣ ଭବିଷ୍ୟତ ଦିନକୁ ଦିନ ଅନ୍ଧାର ଆଡ଼କୁ ଟାଣି ହୋଇଯାଉଛି।ରାସ୍ତାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ସରକାରୀ ପାଣ୍ଠି ସଞ୍ଚୟ କରିବା ପାଇଁ ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ଏବେ ବନ୍ଦର କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ଓ ମାଜିଷ୍ଟ୍ରଟ୍ରେଟ ପୂତବିଭାଗକୁ ଚିଠି ଲେଖିଥିବା ନେଇ ବାଲିଆପାଳ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏନେଇ ଦିନକୁ ଦିନ ଜନ ଅସନ୍ତୋଷ ଆନ୍ଦୋଳର ଦାନା ବନ୍ଧିବାରେ ଲାଗିଛି। ରାଜ୍ୟ ସରକାଙ୍କ ପକ୍ଷରୁ ମଧୁପୁରାରୁ ଡଗରା ବଡ ଗୁମୁଟି ଛକ ଯାଏଁ ରାସ୍ତା କୁ ସଂପ୍ରସାରଣ କରିବାପାଇଁ ପୂର୍ତ୍ତ ବିଭାପକ୍ଷରୁ ଟେଣ୍ଡର କରାଯାଇ ଉକ୍ତ ପ୍ରକ୍ରିୟା ରେ ଚୁଡାନ୍ତ ମୋହର ଲାଗିବା ପରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଭର୍ଚୁଆଲ ମୋଡ଼ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ୨୫ କୋଟି ଟଙ୍କାର ରାସ୍ତା ସଂପ୍ରସାରଣ ଓ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତରସ୍ଥାପନ କରିଥିଲେ।ପରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ପୁଣି ଦଳୀୟ କର୍ମୀଙ୍କ ସହିତ ୨୫/୭/୨୦୨୨ ରେ ଡଗରା ବଡ ଗୁମୁଟି ଛକରେ ଉକ୍ତ ୨୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ।

ଏହି ରାସ୍ତା କାମ କରିବା ପାଇଁ ଠିକାଦାର ଲେସ ଟଙ୍କା ଡିପୋଜିଟ କରି ସାରିବା ପରେ ବାଲିଆପାଳ ପଟରୁ ମଧୁପୁରା ଛକରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ଗଛ କଟା ଓ ରାସ୍ତା ଓସାରିଆ ପାଇଁ ରାସ୍ତା ପାଶ୍ଵ ଖୋଳା ଆରମ୍ଭ ହୋଇ କାର୍ଯ୍ୟ ଚାଲିଥିଲା। ହଠାତ ଠିକାଦାରର କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଜିଲ୍ଲାପାଳ ସରକାରୀ ପାଣ୍ଠି ସଞ୍ଚୟ କରିବା ପାଇଁ ଉକ୍ତ ରାସ୍ତା କାମ ସୁବର୍ଣ୍ଣରେଖା ବନ୍ଦର କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟ କରିବା ପାଇଁ ହସ୍ତାନ୍ତର କରିଛନ୍ତି।ଏବଂ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଏ ନେଇ ବାଲିଆପାଳ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଯେଉଁ ଟାଟା କମ୍ପାନୀ ୨୦୧୯ ମସିହାରୁ ସୁବର୍ଣ୍ଣ ରେଖା ବନ୍ଦର କାର୍ଯ୍ୟ ହାତକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଭିଟାମାଟି ସୁରକ୍ଷା କମିଟିର ଜୋରଦାର ବିରୋଧରେ ଆଜିଯାଏଁ ବନ୍ଦର ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରିପାରିନାହିଁ।ସେ ପୁଣି ମଧୁପୁରା ଡଗରା ରାସ୍ତା ସଂପ୍ରସାରଣ କରିବ ବୋଲି ବାଲିଆପାଳ ଅଞ୍ଚଳ ବାସୀଙ୍କ ବିଶ୍ୱାସ ପାଉନଥିବା ବେଳେ ପାଗ ଭିଡୁ ଭିଡୁ କଚେରି ବରଖାସ୍ତ ହୋଇଯିବନାହିତ ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି। ଯେମିତି ଟାଟା ପକ୍ଷରୁ ସୁବର୍ଣ୍ଣରେଖା ବନ୍ଦର ର ପ୍ରସ୍ତୁତି ଦୀର୍ଘ ୪ବର୍ଷରେ ଚାଲିଥିଲେ ମଧ୍ଯ ବନ୍ଦର ଚିହ୍ନ ବର୍ଣ୍ଣ କିଛି ଦେଖିବାକୁ ମିଳୁନଥିବା ବେଳେ ପଶ୍ଚିମ ବଙ୍ଗର ତାଜପୁର ବନ୍ଦର ମୁଣ୍ଡ ଟେକିବା ଆରମ୍ଭ କଲାଣି। ସେହିପରି ମଧୁପୁରାରୁ ଡଗରା କାର୍ଯ୍ୟ ରାସ୍ତା ନିର୍ମାଣକୁ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିରୋଧ କରି କାର୍ଯ୍ୟ ବନ୍ଦ କରିଦିଆଯିବ ନାହିଁତ। ଯାହା ଦ୍ୱାରା ଲୋକେ ଯିବା ଆସିବା ରେ ହନ୍ତସନ୍ତ ହେବେ ନାହିଁତ। ଏମିତି କେତେ କଣ ପ୍ରଶ୍ନ ବାଲିଆପାଳ ବୁଦ୍ଧିଜୀବୀ ମହଲରେ ଆନ୍ଦୋଳନ ସୃଷ୍ଟି କରୁଛି। ଉକ୍ତ ରାସ୍ତା କାର୍ଯ୍ୟ କୁ ବନ୍ଦର କତୃପକ୍ଷ ଟାଟା କୁ ନ ଦେଇ ଠିକାଦାର ମାଧ୍ଯମରେ ତୁରନ୍ତ ରାସ୍ତା କାର୍ଯ୍ୟ ସମାପନ କରାଇବାକୁ ବାଲିଆପାଳ ବ୍ଳକର ଜନ ସାଧାରଣ ସରକାରଙ୍କ ଠାରେ ଦାବୀ କରିଛନ୍ତି ।

Post a Comment

Previous Post Next Post