କଣ୍ଟାମାଳ (ମନଧର କର୍ମୀ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନା ଗମନ ପାଇଁ ଅନେକ ଯୋଜନା ପ୍ରଣୟନ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜି ବି ରାସ୍ତାର ପିଚୁ ଛାଡ଼ି ଯିବା ସହ ଖାଲଖମା ଦେଖାଦେଇ ଥିବା ଅଭିଯୋଗ ହୋଇଛି ।ପ୍ରାପ୍ତ ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଠାରୁ ଗବଜୋର ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଯାମ୍ମୂମାଳ ଛକ ଠାରୁ କିର୍ଲା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୩କିଲୋମିଟର ରାସ୍ତାର ଅବସ୍ଥା ବର୍ତ୍ତମାନ ପିଚୁ ଛାଡ଼ି ମେଟାଲ ଉଠି ଗଲାଣି ।୨୦୧୪ମସିହାରେ ୧କୋଟି ୪୧ଲକ୍ଷ ୫୩ହଜାର ୩୮୯ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ରାସ୍ତାଟି ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ନିର୍ମାଣ କରାଯାଇଥିଲା ।ଆଜକୁ ୯ ବର୍ଷ ପରେ ମଧ୍ୟ ରାସ୍ତାଟିର କୌଣସି ମରାମତି ନ ହେବାରୁ ବର୍ତମାନ ରାସ୍ତାଟି ମରଣଯନ୍ତା ପାଲଟିଛି ।ଏହି ଛକ ଠାରୁ କୀର୍ଲା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ରାସ୍ତାର ଅନେକ ଜାଗାରେ ଅନେକ ଖାଲ ଖମା ହୋଇ ଥିବାରୁ ବର୍ଷା ଦିନେ ଏହି ରାସ୍ତାରେ ବହୁ କଷ୍ଟରେ ଲୋକେ ଯିବା ଆସିବା କରିଥାନ୍ତି ।ଆଜିକୁ ଦୀର୍ଘ ୪ବର୍ଷ ହେବ ଏହି ରାସ୍ତାକାମ ପାଇଁ ଅଞ୍ଚଳବାସି ପ୍ରଶାସନକୁ ଦାବି କଲେ ମଧ୍ୟ୍ୟ ପ୍ରଶାସନ ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉପରେ ଦୈନନ୍ଦିନ ହଜାର ଲୋକ ଯିବା ଆସିବା କରିଥାନ୍ତି ।ଏହି ରାସ୍ତାଟି ରେ ବର୍ତ୍ତମାନ ଅନେକ ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳବାସୀ ରାସ୍ତା ମରାମତି ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
Post a Comment