ସୋନପୁର (ସର୍ଜନ କୁମାର ପାଣ୍ଡେ) ଆଜି ସୁବର୍ଣପୁର ଜିଲ୍ଲାର ତରଭା ବ୍ଲକ,ଚାରଭଟା ପଂଚାୟତ ଅନ୍ତର୍ଗତ ଚାରଭଟା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।ଏହି ଅବସର ରେ ସୁବର୍ଣପୁର ର ସ୍ବର 'ପରିବର୍ତ୍ତନ' , ଗଣପତି କ୍ଲବ ,ନେହେରୁ ଯୁବ କେନ୍ଦ୍ର ସୁବର୍ଣପୁର ଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ଆଇନଜିବୀ ତଥା ସ୍ବେଚ୍ଛାସେବୀ ବଳଦେବ ବେଦବାକ ଝିଲିମୁଣ୍ଡା ଗ୍ରାମର ସ୍ବର୍ଗୀୟ ସମାଜସେବି କୃଷ୍ନଚନ୍ଦ୍ର ତ୍ରିପାଠି ଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆଜିର ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରକାଶ ସାହୁ ,ମିନକେତନ ରଣା ,ସଂବିତ ତ୍ରୀପାଠି ସୁଧାଂଶୁ କର୍ମି ,କଣ୍ଠେଶ୍ବର କଁଅର ,ବିରକିଶୋର ରଣା, ରୋହିତ ରଣା ଏନ ୟ୍ବାଇ କେ ର ରଂଜନ ତ୍ରୀିପାଠୀ ସୁବର୍ଣପୁର ପରିବର୍ତନ ସ୍ବର ର ବ୍ୟାସଦେବ ମିଶ୍ର ,ପ୍ରାଣବନ୍ଧୁ ଦାଶ, ଶ୍ରୀନିବାସ ଚାନ୍ଦ, ଭକ୍ତ ପ୍ରହଲ୍ଲାଦ ଖୁରା ପ୍ରମୁଖ ଯୋଗ ଦେଇଥିବା ବେଳେ ଚାରଭଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ର ଡକ୍ଟର ପ୍ରେମାନନ୍ଦ ମେହେର ଓ ବରିଷ୍ଠ ସମାଜ ସେବୀ ତଥା ଜିଲ୍ଲା ରକ୍ତଦାତା ସଂଘ ର ସଭାପତି ମନୋଜ କୁମାର ପଣ୍ଡା,ତରଭା ବ୍ଳକ ରକ୍ତଦାତା ସଂଘର ସଭାପତି ନିହାର ରଂଜନ ମଲ୍ଲିକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।ଜିଲ୍ଲା ରକ୍ତ ଭଣ୍ଡାର ତରଫରୁ ସୁବାଷ ଚନ୍ଦ୍ର ପଣ୍ଡା ଜଗତ ଧରୁଆନ ଯୁଧିଷ୍ଟିର ନାଏକ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।
ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥି ଉପଲକ୍ଷେ ରକ୍ତଦାନ ଶିବିର
ଆଜତକ ଓଡ଼ିଶା
0
Post a Comment