ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବେ ବାଟବଣା

ଗରିବ ଖଟିଖିଆ ଙ୍କ ପରିବର୍ତ୍ତେ ସରକାରୀ ବାବୁଙ୍କ ବ୍ୟାଙ୍କ ଏକାଉଣ୍ଟ ଯାଉଛି ହଜାର ହଜାର ଟଙ୍କା ଭିଜିଲାନ୍ସ ତଦନ୍ତ ଦାବି 

ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଖଟିଖିଆ ଦିନ ମଜୁରିଆ ଙ୍କ ପାଇଁ ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବେ ବାଟବଣା ହୋଇଯାଇଛି। ଉକ୍ତ କାର୍ଯ୍ୟରେ ଦିନ ମଜୁରିଆ ଙ୍କ ଏକାଉଣ୍ଟ କୁ ଟଙ୍କା ନଯାଇ ଏବେ ସରକାରୀ ବାବୁଙ୍କ ବ୍ୟାଙ୍କ ଏକାଉଣ୍ଟକୁ ହଜାର ହଜାର ଟଙ୍କା ଯାଉଛି। ଗରିବଙ୍କ ନାଁରେ ଠିକ ସମୟ ରେ ହୋଇପାରିନି ଜବ କାର୍ଡ। ବହୁ ସଂଖ୍ୟା ର ଗରିବ ଙ୍କ ପରିବର୍ତ୍ତେ କାମ କରୁନଥିବା ଲୋକଙ୍କ ସହିତ ସରକାରୀ ବାବୁ ଙ୍କ ନାମରେ ଜବ କାର୍ଡ କରାଯାଇ ସରକାରୀ ବବୁ ମାନେ ଅର୍ଥ ହରିଲୋଟ କରୁଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଅନ୍ତର୍ଗତ ସାଉଡି ଗ୍ରାମ ପଞ୍ଚାୟତ ରେ । ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବ୍ୟାପକ ଘୋଟାଲା ହୋଇଛି । ଜଣେ ବିଦ୍ୟୁତ ବିଭାଗର କାର୍ଯ୍ୟ ରତ କର୍ମଚାରୀ ଙ୍କ ନାମରେ ରହିଛି ଜବ କାର୍ଡ ।ଗୋବିନ୍ଦ ପୁର ୱାର୍ଡ ର ଅଙ୍ଗ ନ ୱାଡି କର୍ମୀ ଙ୍କ ସ୍ବାମୀ ଯିଏକି କୌଣସି ଦିନ ମାଟି କାମ କରିବା ପାଇଁ ଯାଇନାହାନ୍ତି ତାଙ୍କ ବ୍ୟାଙ୍କ ଏକାଉଣ୍ଟ୍ କୁ କେମିତି ଟଙ୍କା ଦିଆଗଲା । ସେହିପରି କମା ନକରି ଗୋବିନ୍ଦ ପୁର ୱାର୍ଡ ମେମ୍ବର ଜ୍ୟୋସ୍ନା ରାଣୀ ମଲ୍ଲିକ , ଗୋବିନ୍ଦ ପୁର କୌଶଲ୍ୟା ମଲ୍ଲିକ ୬୦ ବର୍ଷ ରୁ ଉର୍ଦ୍ଧ ବୃଦ୍ଧା , ଗୋବିନ୍ଦ ପୁର ଯୋଶ ଦା ବେହେରା, ଜ୍ୟୋସ୍ନା ଗୋଚ୍ଛାୟତ,ସାଉଡି ନିର୍ମଳା କର , ପ୍ରମିଳା, ଝିଲି ରାଉତ, ସବିତା , ଅଞ୍ଜନା , ଅମୃତି ମଲ୍ଲିକ , ଗୋବିନ୍ଦ ପୁର ବାବୁଧର ନାୟକ , ଗୋବିନ୍ଦ ପୁର ସୁମିତ୍ରା , ଯମୁନା ବେହେରା, ମମତା ଗୋଚ୍ଛାୟତ , ଚାରୁବାଳା, ଆଲୋକ ସାମନ୍ତ ଗୋବିନ୍ଦ ପୁର , କ୍ଷତିଶ୍ ସାମନ୍ତ ,ରାଜେନ୍ଦ୍ର ସାମନ୍ତ ଙ୍କ ସହିତ ଆହୁରି ଅନେକ ଲୋକ କୌଣସି ଦିନ କାମ କରିବା ପାଇଁ ଯାଇନଥିବା ବେଳେ ସାଉଡି ସରପଞ୍ଚ ଧରଣୀ ଧର ମଲ୍ଲିକ ଟଙ୍କା ଆତ୍ମସାତ କରିବା ପାଇଁ ଉକ୍ତ ଲୋକମାନଙ୍କ ବ୍ୟାଙ୍କ ଏକାଉଣ୍ଟ୍ କୁ ହଜାର ହଜାର ଟଙ୍କା ଦେଇ ନିଜର ସଞ୍ଚୟ ବାଢ଼ିଛନ୍ତି। ଏଥିପାଇଁ ଧିରେ ଧିରେ ଜନ ଅସନ୍ତୋଷ ବାଢ଼ିବା ସହିତ ଏହାର ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Post a Comment

Previous Post Next Post