ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଛ୍ଛତା ପକ୍ଷ ପାଳିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଛ୍ଛତା ପକ୍ଷ ପାଳନ ଆରମ୍ଭ ହୋଇଯାଇଛି।ସାରା ଭାରତବର୍ଷରେ ଅମୃତ ମହୋତ୍ସବ ଚାଲିଛି ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ ହୋଇଥିଲା।ସରକାରୀ ନିର୍ଦ୍ଦେଶ ଅନୁସାରେ ଆଜି ସକାଳେ ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ରାମଧୁନ ଗାଇ ପ୍ରଭାତଫେରି କରିଥିଲେ।ତାପରେ ବିଦ୍ୟାଳୟକୁ ଫେରି ବିଦ୍ୟାଳୟ ପରିସର ଓ ଆଖପାଖ ଅଞ୍ଚଳକୁ ସଫା କରିଥିଲେ।ତାପରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଦାନ କରାଯାଇଥିଲା।ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ମନୋଜ କୁମାର ତାଣ୍ଡି, ବିଶେଶ୍ୱର ମୁଦୁଲି ଗୁରୁଦିବସର ମହତ୍ତ୍ଵ ବର୍ଣ୍ଣନା କରିଥିଲେ।ତାପରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ କଲମ ଉପହାର ଦେଇଥିଲେ।ପରିଶେଷରେ ବିସ୍କୁଟ ଓ ଚକୋଲେଟ ବଣ୍ଟନ କରି ସଭା ସାଙ୍ଗ ହୋଇଥିଲା।

Post a Comment

Previous Post Next Post