ସିନାପାଲି,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଗ୍ରାମର ଜଣେ ଯୁବକ ଙ୍କୁ ଡାକିନେଇ ମରଣାତ୍ମକ ଆକ୍ରମଣ କରାଯାଇଥିବା ବେଲେ ଚିକିତ୍ସାଧୀନ ଅବସ୍ଥା ରେ ଯୁବକ ଙ୍କ ମ୍ରୁତ୍ୟୁ ଘଟିଛି। ଏନେଇ ପରିବାର ପକ୍ଷରୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସିନାପାଲି ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ମ୍ରୁତ ବ୍ଯକ୍ତି ଜଣକ କାପସି ନିବାସୀ ଥିବ ତାଣ୍ତି ଙ୍କ ପୁଅ ତୁଲାରାମ ତାଣ୍ତି ( ମଣ୍ଟୁ),ବୟସ ୩୨ ବୋଲି ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ଗତ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ୩୦ ମିନିଟ ସମୟରେ କାପସି ସ୍ଥିତ ଦ୍ରୌପଦୀ ମହିଲା ମହାବିଦ୍ୟାଳୟ ର ପ୍ରିନସିପାଲ ମାନସରଂଜନ ଦାସ, ଅଧ୍ଯାପକ କମଲଲୋଚନ ଦାସ, ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ଏମ୍ୱୁଲେନ୍ସ ଡ୍ରାଇଭର ବୁଲୁ ପଟେଲ ଓ କଲେଜ କର୍ମଚାରୀ ସଲା ଗଣେଶ ବାଗ ଏବଂ ଭିଣୋଇ ରାଜପୁର ନିବାସୀ ଅଭିରାମ ଜଗତ ମ୍ରୁତକ ତୁଲାରାମ ତାଣ୍ତି ଙ୍କୁ ଡାକିନେଇ କଲେଜ କାର୍ଯ୍ୟାଳୟ ତଥା ପ୍ରେନ୍ସିପାଲ ଙ୍କ ବସାରେ ମିଲିତ ଭାବେ ମଦ ପିଇଥିଲେ। ପରେ ସଂନ୍ଧ୍ଯା ୬ଟା ସମୟରେ ଏମ୍ୱୁଲେନ୍ସ ଡ୍ରାଇଭର ବୁଲୁ ପଟେଲ ଓ ଗଣେଶ ବାଗ ର ଭେଣୋଇ ଅଭିରାମ ଜଗତ ତୁଲାରାମ ତାଣ୍ତି ଙ୍କୁ ନିଷାସକ୍ତ ଅବସ୍ଥା ରେ ମୋଟର ସାଇକଲ ରେ ବସାଇ ହାତିବନ୍ଧା ପଟକୁ ନେଇଥିଲେ। ପରେ ରାତ୍ରି ପ୍ରାୟ ୮ଟା ୩୦ମିନିଟ ସମୟରେ ତୁଲାରାମ ର ମୋବାଇଲ ରୁ ସିନାପାଲି ନିବାସୀ ନବୀନ ମେହେର ଙ୍କୁ ତୁମ ଡ୍ରାଇଭର ତୁଲାରାମ ଙ୍କ ଘଣ୍ଟିଗୁଡା ଗ୍ରାମ ଠାରେ ଏକ ଦେବି ପିଠରେ ବାଇକ୍ ଦୁର୍ଘଟଣା ଘଟିଥିବା କୁହା ଯାଇଥିଲା। ତାଙ୍କୁ କିଏ ବୋଲି ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ ଚାହିଲା ନାହିଁ। ଏହି ଖବର ପାଇ ଦିର୍ଘ ସମୟ ଖୋଯାଖୋଜି ପରେ ପରିବାର ବର୍ଗ ଘଟଣା ସ୍ଥାନରେ ପହଞ୍ଚି ତୁଲାରାମ ଙ୍କୁ ଅଚେତ ଅବସ୍ଥା ରେ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ନୂଆପଡା କୁ ସ୍ତାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମ୍ରୁତ୍ୟୁ ଘୋଷଣା କରିଥିଲେ। ହେଲେ ଉକ୍ତ ଘଟଣା କୁ ପରିବାର ଲୋକେ ସହଜେ ଗ୍ରହଣ କରିନପାରି ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସିନାପାଲି ଥାନାରେ ଅଭିଯୋଗ ଆଣିଛନ୍ତି।ଯେହେତୁ ଏକ ଗାଡିକିଣା ଘଟଣା କୁ ନେଇ ପ୍ରିନ୍ସିପାଲ୍ ମାନସ ସହିତ ତୁଲାରାମ ର ମନମାଲିନ୍ୟ ରହିଥିଲା। ପୁଣି ନୂଆଖାଇ ବାସିଭଲି ଏକ ଗୁରୁତ୍ବପୂର୍ଣ୍ଣ ଦିନରେ ପାଞ୍ଚ ଜଣ ବ୍ୟକ୍ତି ଙ୍କୁ ଘରେ ରଖି ତୁଲାରାମ କୁ ମଦ ପିଇବା ପାଇଁ ଘରକୁ ପ୍ରିନ୍ସିପାଲ ଡାକିଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବଂ ଉକ୍ତ ବ୍ଯକ୍ତି ମାନଙ୍କ ମାଧ୍ୟମରେ ହତ୍ୟାକାଣ୍ଡ ଘଟାଇଥିଲା ବୋଲି ପରିବାର ଅଭିଯୋଗ ଆଣିଛନ୍ତି। ଏନେଇ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ନିମନ୍ତେ ପରିବାର ସମେତ ରାଜ୍ଯ ଦଲିତ ଅଧିକାର ମଞ୍ଚ ସଭାପତି କମଲ ଚରଣ ତାଣ୍ତି ଓ ସିନାପାଲି ଡ୍ରାଇଭର ମହାସଂଘ ଦାବୀ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଭୟାଭୟ ଆନ୍ଦୋଳନ କରି ରାଜରାସ୍ତାକୁ ଉଲ୍ଲାଇବୁ ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲା ଆରକ୍ଷ ଅଧିକାରୀ ଏଥିପ୍ରତି ଦୁଷ୍ଟି ଦେଇ ମୋବାଇଲ ଟ୍ରାକିଙ୍ଗ ମାଧ୍ୟମରେ ଫୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷି ବିରୋଧ ରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି। ଏନେଇ ସିନାପାଲି ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଜଣାପଡିଛି। ଉକ୍ତ ଘଟଣା ନେଇ ସାଇନଟିଫିକ ଟିମ ପହଞ୍ଚି ତଦନ୍ତ ଚଲାଇଥିବା ଜଣାପଡିଛି।
ଯୁବକଙ୍କୁ ଘରୁ ଡାକିନେଇ ମରଣାତ୍ମକ ଆକ୍ରମଣ , ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ,ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଲେ ପରିବାର, କଲେଜ ପ୍ରିନ୍ସିପାଲ , ଅଧ୍ଯାପକ, ଏମ୍ୱୁଲେନ୍ସ ଡ୍ରାଇଭର ଓ କଲେଜ କର୍ମଚାରୀ ସଲା ଓ ଭେଣୋଇ ଥାନାରେ ଅଟକ
ଆଜତକ ଓଡ଼ିଶା
0
Post a Comment