କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଆଜି ପବିତ୍ର ଗୁରୁଦିବସ ପରିପ୍ରେକ୍ଷୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତୁରେକେଲା ତରଫରୁ ପ୍ରଭାତଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ତୁରେକେଲା ସରକାରୀ ଉଚ୍ଚ ବିଦ୍ୟାଳୟ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଓ ସେବାଶ୍ରମ ବିଦ୍ୟାଳୟରୁ ୮୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ସକାଳ୬.୩୦ ସମୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ତରଣ ବିଶିଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ହାତରେ ପ୍ଳାକାର୍ଡ ଧରି ରାମଧୁନ ଗାଇଗାଇ ତୁରେକେଲା ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ଶ୍ରୀ ଜଳନ୍ଧର ମହାକୁଡ଼ ଯୋଗଦେଇଥିଲେ ଏବଂ ସିଆରସିସି ପ୍ରେମରାଜ ପାଣିଗ୍ରାହୀ ସହଯୋଗ କରିଥିଲେ।ପ୍ରଭାତଫେରି କୁ ସଫଳ କରିବାରେ ଗାଇଡ ଶିକ୍ଷକ ଭାବେ ମାଧବୀଲତା ସାହୁ,ଧରିତ୍ରୀ ମେହେର, ଗୋପାଳ ଧରୁଆ,ମନୋଜ ବଗର୍ତ୍ତୀ,ପ୍ରଧାନ ଶିକ୍ଷକ ରାଜେଶ କୁମାର ସିଂଦେଓ,ରବିନ୍ଦ୍ର କୁମାର ରଥ,ପ୍ରେମକାନ୍ତୀ ରାଏ,ସୁଭଦ୍ରା ମେହେର ସହଯୋଗ କରିଥିଲେ।
ବ୍ଳକ ସ୍ତରୀୟ ପ୍ରଭାତଫେରି ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment