ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଂଚଳରେ ଜଣେ ଦିବ୍ୟାଙ୍ଗ ବଳାତ୍କାର ହୋଇଥିବା ନେଇ ମନ ମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ଅଭିଯୁକ୍ତ ପିଶାଚ କୁ ଗାଁ ଲୋକେ ଧରି ଇଲେକ୍ଟ୍ରି ଖମ୍ବରେ ଦଉଡି ରେ ବାନ୍ଧି ଉଲଗ୍ନ କରି ଉତ୍ତମ ମଧ୍ୟମ ଛେଚି ପୋଲିସକୁ ଜିମା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ମନ ମୁଣ୍ଡା ଥାନା ଅନ୍ତର୍ଗତ ଖଯୁରୋଜ ଗ୍ରାମର ଜଣେ ଜଣେ ଦିବ୍ୟାଙ୍ଗ ଯୁବତୀ (୨୫) ଆଜି ପୂର୍ବାହ୍ନ ୧୧.୩୦ ମୀ ସମୟରେ ଗାଁ ଠାରୁ ଦୂର ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ସେହି ସମୟରେ ମଲ୍ଲିକପଡ଼ା ଗ୍ରାମର ଅଷ୍ଟମ ମାଝୀ ଓରଫ ଟିମନ୍ (୨୨) ସେହି ବାଟ ଦେଇ ଯାଉଥିବା ବେଳେ ଦିବ୍ୟାଙ୍ଗ ଝିଅଟିକୁ ଏକୁଟିଆ ଦେଖି ତାକୁ ଜୋର୍ ଜବରଦସ୍ତି ଟେକିନେଇ ଦୁଷ୍କର୍ମ କରିଥିଲା।ଗାଁ ଲୋକେ ଖବର ପାଇ ଦୁର୍ବୁତ୍ତ କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
Post a Comment