ବିଦ୍ୟୁତ୍ ସଂଯୋଗ ନ ହୋଇ ଆସିଲା ୩୪ ହଜାର ୧୧୮ ଟଙ୍କାର ବିଲ


କଣ୍ଟାମାଳ (ମନଧରକର୍ମୀ) ବିଦ୍ୟୁତ୍ ବିଭାଗର ଅଜବ ନୀତି । ବିଦ୍ୟୁତ୍ ସଂଯୋଗ ନ ହୋଇ ଆସୁଛି ବିଲ । ଗତ ୫ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ ଖୁଣ୍ଟରୁ କଟା ଯାଇଥିଲା । ହେଲେ କ୍ରମାଗତ ଭାବରେ ବିଦ୍ୟୁତ ବିଲ ଆସି ଶେଷରେ ୩୪ ହଜାର ୧୧୮ଟଙ୍କା ଆସିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମପଞ୍ଚାୟତ କୁଡ଼ିବାହଲ ଗ୍ରାମର ଲକ୍ଷ୍ମୀ ନାରାୟଣ ଗୁରହାଣ୍ଡି ଦୀର୍ଘ ୫ ବର୍ଷ ହେଲା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ଥିବାରୁ ବ୍ୟବହାର କରୁନଥିଲେ । ହେଲେ ତାଙ୍କର ନାମରେ ୩୪୧୧୮ ଟଙ୍କା ବିଦୁତ ବିଲ ଆସିଛି। ଏହି ବିଲ ସଂଶୋଧନ ପାଇଁ ୭ ଦିନ ପୂର୍ବେ ମନୁମୁଣ୍ଡା ବିଦୁତ ବିଭାଗ ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ବିଲ୍ ସଂଶୋଧନ ହୋଇ ନ ଥିବାରୁ ଉକ୍ତ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ୍ ବିଭାଗ ନିକଟରେ ଦାବୀ କରିଛନ୍ତି ।

Post a Comment

Previous Post Next Post