କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ

Former MLA Ayub Shaw requested the intervention of the Prime Minister for the improvement of railways in Kantbanji region

କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) ଗତ ତା ୪ ଅଗଷ୍ଟ ରେ କଣ୍ଟାବାଞ୍ଜି ସହର ପୂର୍ବତନ ବିଧାୟକ ତଥା ବିଜେଡି ଦଳର ଅଳ୍ପସଂଖ୍ୟକ ସେଲ ସମ୍ପାଦକ ଶ୍ରୀଯୁକ୍ତ ହାଜି ମହମ୍ମଦ ଆୟୁବ ଖାଁ କଣ୍ଟାବାଞ୍ଜି ରେଲବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଏବଂ ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟକୁ ଏକ ଚିଠି ଲେଖିଥିଲେ ଯେଉଁଥିରେ କଣ୍ଟାବାଞ୍ଜି ସହର ପର୍ଯ୍ୟନ୍ତ ଇସ୍ପାତ ଟ୍ରେନର ସମ୍ପ୍ରସାରଣ କରିଥିବା ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କଣ୍ଟାବାଞ୍ଜି ଦେଇ ଯାଉଥିବା କେତେକ ଟ୍ରେନର ସମ୍ପ୍ରସାରଣ , ବନ୍ଦ ହୋଇଥିବା କେତୋଟି ଟ୍ରେନ ପୁନଃ ଚଳାଚଳ ଏବଂ କଣ୍ଟାବାଞ୍ଜି ଦେଇ କେତୋଟି ନୂତନ ଟ୍ରେନ ଚଳେଇବା ପାଇଁ ଉଲ୍ଲେଖ କରାଯାଇଥିଲା । ଶ୍ରୀଯୁକ୍ତ ଆୟୁବ ଖାଁ ଚିଠି ରେ ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳ କେବିକେ ଜିଲ୍ଲା ଏବଂ ପଶ୍ଚିମ ଓଡିଶା ଅଧୀନରେ ଅଛି | ଏହି ବିଧାନସଭା କ୍ଷେତ୍ର ଅତ୍ୟନ୍ତ ପଛୁଆ ଏବଂ ଲୋକମାନେ ସେମାନଙ୍କର ଜୀବିକା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଏହି ରେଳ ଷ୍ଟେସନ ବ୍ୟବହାର କରନ୍ତି ।


ବ୍ୟବସାୟୀ, ସେବାଧାରକ, ଛାତ୍ର, ତୀର୍ଥଯାତ୍ରୀ ଇତ୍ୟାଦି ଅନ୍ୟ ଶ୍ରେଣୀର ଲୋକମାନେ ମଧ୍ୟ ବାରମ୍ବାର ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି, କିନ୍ତୁ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ଟାଉନ ଗୁଡ଼ିକୁ ସଂଯୋଗ କରିବା ପାଇଁ ଏଠି ପର୍ଯ୍ୟାପ୍ତ ଟ୍ରେନ୍ ଉପଲବ୍ଧ ନ ଥିବାରୁ ସେମାନେ ବହୁ କଷ୍ଟ ଭୋଗୁଛନ୍ତି | ରେଳ ଟ୍ରାକର ଡବଲ୍ ଲାଇନ ଏବଂ ବିଦ୍ୟୁତିକରଣ ମଧ୍ୟ ସମାପ୍ତ ହୋଇଛି ଏବଂ ଏହି ମାର୍ଗଗୁଡ଼ିକରେ ଟ୍ରେନ୍ ବିଳମ୍ବ ପାଇଁ କୌଣସି କାରଣ ନାହିଁ | ଏହି ଅଞ୍ଚଳ ରେ ଆହୁରି କେତେକ ଟ୍ରେନ ସମ୍ପ୍ରସାରଣ ଏବଂ ପୁନ - ଆରମ୍ଭ କଲେ ପଶ୍ଚିମ ଓଡ଼ିଶା ଏବଂ କେବିକେ ଜିଲ୍ଲାର ଲୋକମାନେ ଅଧିକ ଲାଭବାନ ହେବେ। ସେ ଦାବି କରିଥିବା ଟ୍ରେନ ମଧ୍ୟରେ ବିଶାଖାପାଟଣା - ବନାରସ କିମ୍ବା ଗୋରଖପୁର ଟ୍ରେନ ପୁନଃ ଚଳାଚଳ, ତିରୁପତି - ବିଲାସପୁର ଟ୍ରେନକୁ ବନାରସ କିମ୍ବା ଗୋରଖପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ , ବିଶାଖାପାଟଣା - ରାୟପୁର - କଟନି ଦେଇ ବୈଶ୍ଣଦେବୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ, ସମତା ଏକ୍ସପ୍ରେସକୁ ଅମୃତସର ଯାଏ ସମ୍ପ୍ରସାରଣ, ଭୁବନେଶ୍ୱର ରୁ ଦିଲ୍ଲୀ ଯିବା ପାଇଁ ଭୁବନେଶ୍ୱର- ବଲାଙ୍ଗୀର - ଟିଟଲାଗଡ - କଣ୍ଟାବାଞ୍ଜି - ରାୟପୁର ଦେଇ ଏକ ଟ୍ରେନ ଦିଲ୍ଲୀ ଯିବା ପାଇଁ, ରାୟପୁର ରୁ କଣ୍ଟାବାଞ୍ଜି ଦେଇ ବାଲେଶ୍ଵର ଯିବା ପାଇଁ, ସମ୍ବଲପୁର ରୁ ଟିଟଲାଗଡ - କଣ୍ଟାବାଞ୍ଜି - ବେଙ୍ଗାଳୁରୁ ଏକ୍ସପ୍ରେସ ପୁନଃ ଆରମ୍ଭ , ପୁରୀ - ସିର୍ଡି ଟ୍ରେନ ଚଳାଚଳ ପୁନଃ ଆରମ୍ଭ,ଦୁର୍ଗ ଜଗଦଲପୂର ଟ୍ରେନ ପୁନଃ ଆରମ୍ଭ ଏଭଳି ଅନେକ ନୂତନ ଟ୍ରେନ କଣ୍ଟାବାଞ୍ଜି ଦେଇ ଏବଂ ଏଠୁ ଚାଲି ବନ୍ଦ ହୋଇଥିବା ଟ୍ରେନ ସବୁକୁ ପୁନଃ ଆରମ୍ଭ କରିବାକୁ ଚିଠି ଲେଖିଥିଲେ। ଯାହାକି ଏହା ଉପରେ ଶୀଘ୍ର ବିଚାର କରି ଉଚିତ୍ ପଦକ୍ଷ୍ୟେପ ନେବା ପାଈ ପ୍ରଧାନ ମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ରେଳ ବିଭାଗ ମନ୍ତ୍ରୀଙ୍କ ଚିଠି ହୋଇଛି।

Post a Comment

Previous Post Next Post