ସୋନପୁର ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋନପୁର ଓକିଲସଂଘ ପକ୍ଷରୁ ଧାରଣା


ସୁବର୍ଣ୍ଣପୁର (ଗଣପତିବାଘ) ସୋନପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପୁଣି ତେଜିଲା ଆନ୍ଦୋଳନ । ଏନେଇ ଆଜି ସୋନପୁର ବାର ଆସୋସିଏସନ ପକ୍ଷରୁ ଧାରଣା ଦିଆଯାଇଛି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦିଆଯାଇଛି । ସୋନପୁର ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବା ପାଇଁ ସମସ୍ତ ପ୍ରକାରର ଉପଯୁକ୍ତ ଭିତ୍ତି ଭୂମି ଅଛି ।ଏହା ପୂର୍ବରୁ ମଧ୍ୟ ବାର ଆସୋସିଏସନ ବିଭିନ୍ନ ସମୟରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ଦାଦୀ ନେଇ ଆନ୍ଦୋଳନ କରିଆସିଛନ୍ତି ।ବାର ଏସୋସିଏସନର ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଛି ।ଏଥିରେ ଜିଲ୍ଲା ବାର ଏସୋସିଏସନର କାର୍ଯ୍ୟକର୍ତ୍ତାମାନେ ଧାରଣାରେ ବିସିଛନ୍ତି ।ଆଜି ଏକ ଘଣ୍ଟା ପାଇଁ ଆନ୍ଦୋଳନ କରିଥିବା ବେଳେ ଦାବୀ ପୂରଣ ନେ ହେଲେ ଆଗକୁ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରାଯବି ବୋଲି ବାର ଏସୋସିଏସନ ପକ୍ଷରୁ କୁହାଯାଇଛି ।

Post a Comment

Previous Post Next Post