ଭୈରବୀ ମନ୍ଦିରରେ ଗୁପ୍ତ ୧୬ ପୂଜା ପାଇଁ ପ୍ରସ୍ତୁତି ବୈଠକ

 ଆସନ୍ତା ୧୭ ରୁ ମା ଭୈରବୀ ଙ୍କ ଖଣ୍ଡାବସା ପର୍ବ ଆରମ୍ଭ



ବୌଦ୍ଧ :(ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ପୀଠ ରେ ଗୁପ୍ତ ପୂଜା ଓ ଖଣ୍ଡା ବସା ପୂଜା ଆରମ୍ଭ ହେବ!ଆଜି ମନ୍ଦିର ପରିସରରେ ରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଷୋଳପୂଜା କିପରି ସୁଚାରୁ ରୂପେ ସମ୍ପନ୍ନ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ଷୋଳ ଖଣ୍ଡ ମୌଜା ର ଅଧିବାସୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ହେଉଥିବା ପୂଜା ପାଇଁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା ବୈଠକରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ସୁସେଣ ପ୍ରଧାନ,ଉପ ସଭାପତି ରାମଚନ୍ଦ୍ର ସାହୁ ,ସମ୍ପାଦକ ରସାନନ୍ଦ ସାହୁ,କୋଷାଧକ୍ଷ ସରୋଜ ପ୍ରଧାନ ଙ୍କ ସମେତ ଷୋଳଖଣ୍ଡ ଗ୍ରାମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ!ଲଗ୍ନ ଧାର୍ଯ୍ୟ ଚଳିତ ମାସ ଆସନ୍ତା ୧୭ତାରିଖ ରେ ଥିବାରୁ ୧୭ତାରିଖ ରେ ମା ଙ୍କ ଖଣ୍ଡା ବସା ପର୍ବ ପାଳିତ ହେବ।

Post a Comment

Previous Post Next Post