![]() |
ନିଖୋଜ ବ୍ୟକ୍ତି |
ବୌଦ୍ଧ ,(ହୃଦାନନ୍ଦ ମେହେର) ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତର ଗୁଢ଼ିଆଳୀ ଗ୍ରାମର ଜଳନ୍ଧର କହଁର ଙ୍କ ପୁଅ ଭସତ୍ କହଁର ଏବଂ ଖଜୁରୀ ପଡା ଗ୍ରାମର ସରୋଜ ଝାଙ୍କର ଦୁହେଁ ମିଶି ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ। ତାମିଲନାଡୁ ରୁ ଘରକୁ ଫେରିବା ପାଇଁ କୋଇମାତୁର ରୁ ୨୪/୦୯/୨୦୨୨ରୁ ବଲାଙ୍ଗିର କୁ ଧାନବାଦ ଏକ୍ସପ୍ରେସ ଟ୍ରେନ ରେ ଟିକେଟ କାଟି ଆସୁଥିବା ସମୟରେ ବିଜୟୱାଡ଼ା ଷ୍ଟେସନ ଠାରେ ପହଞ୍ଚିଲେ। ସରୋଜ ଝାଙ୍କର ତା ୨୫/୦୯/୨୦୨୨ରେ ସକାଳ ପ୍ରାୟ ପାଞ୍ଚ ଘଣ୍ଟା ସମୟରେ ଶୋଇ ଉଠିବା ପରେ ଭାସତ୍ କହଁର (ଦାମ) ପାଖରେ ଆଉ ନ ଥିଲେ। ୨ଟି ବଗି ରେ ଖୋଜାଖୋଜି କଲେ ମଧ୍ୟ ପାଇଲେ ନାହିଁ। ଏହି ବିଷୟରେ ସରୋଜ ଝାଙ୍କର୍ ଭସତ କହଁର ଙ୍କ ଘରକୁ ଆସି ସମସ୍ତ ଘଟଣା କହିଲା ପରେ ଭସତ କହଁର ଙ୍କ ସ୍ତ୍ରୀ ସସ୍ମିତା କହଁର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ତଦନ୍ତ କରି ତାଙ୍କ ସ୍ଵାମୀ ଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଘୁହାରି କରିଛନ୍ତି। ଏଥିରେ ସ୍ଵଚ୍ଛାସେବୀ ଧରଣୀଧର ଲାଉରିଆ ଏମାନଙ୍କୁ ସହଯୋଗ କରିଥିଲେ।
Post a Comment