ସ୍ଵଚ୍ଛତା ହିଁ ସେବା କାର୍ଯକ୍ରମ ଅନୁଷ୍ଠିତ


କଣ୍ଟାମାଳ (ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ  ଯୋଗିନ୍ଦ୍ରପୂର୍ ଗ୍ରାମ ପଞ୍ଚାୟତ ସଭା କକ୍ଷରେ  ସରପଞ୍ଚ ଝୁନୁ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ  ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ,ଉକ୍ତ କାର୍ଯକ୍ରମ ରେ  ସମ୍ମାନିତ ଅତିଥି ଭାବରେ ମାଷ୍ଟର ଟ୍ରେନର  ପୂର୍ଣ୍ଣ ଚରଣ ସାହୁ,  ରଞ୍ଜନ କୁମାର ପାତ୍ର,ବିକାଶ ସିଂ, ବାନ୍ଧନ ଝୁଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୀତାରାମ ହରିପାଲ ,ବହୁମୁଖି ସ୍ବାସ୍ଥ୍ୟ କର୍ମୀ  ବିପ୍ର ଚରଣ ମହଲା, ଗୋଷ୍ଟୀ ସ୍ବାସ୍ଥ୍ୟ ଅଧିକାରୀ ତପସ୍ଵିନୀ ମେହେର  ଯୋଗ ଦେଇ ସ୍ଵଚ୍ଛତା ହିଁ ସେବା ଉପରେ ବକ୍ତବ୍ୟ ରଖିଥିଲେ । ପଞ୍ଚାୟତ ର  ପି ଇ ଓ ଶ୍ରୀକାନ୍ତ ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସ୍ତରୀୟ ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ,ଆଶା ଦିଦି,ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଯୋଗ ଦେଇଥିଲେ,ଏକକ ବ୍ୟବହାର ପ୍ଲାଷ୍ଟିକ  ମୁକ୍ତ ପଞ୍ଚାୟତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା,      ଓ ସାମୁହିକ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା , କାର୍ଯ୍ୟକ୍ରମ କୁ ସ୍ଵେଚ୍ଛାସେବୀ ମୁକ୍ତେଶ୍ଵର ପ୍ରଧାନ ଅଚ୍ୟୁତ  ପ୍ରଧାନ ସହଯୋଗ କରିଥିଲେ ।

Post a Comment

Previous Post Next Post