ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲି ତରଫରୁ ବିଶ୍ୱ ଶାନ୍ତି ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସାଂପ୍ରତିକ ସ୍ଥିତିରେ ଶାନ୍ତି ଦିବସ ପାଳନର ଉଦ୍ଦେଶ୍ଯ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହା ପରେ ସ୍କାଉଟ୍ ଶିକ୍ଷକ କମଲଜିତ ବୈକାରଙ୍କ ନେତୄତ୍ୱରେ ସ୍କାଉଟ, ଏନସିସି ଓ ରେଡକ୍ରସ୍ ଛାତ୍ରଛାତ୍ରୀଙ୍କ ସହ ଅନ୍ଯ ମାନେ ନଗର ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ସିନାପାଲି ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଶାନ୍ତି ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment