ବୌଦ୍ଧ (ହୃଦାନନ୍ଦ ମେହେର) ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଗ୍ରାମସଭା ସଚେତନତା ରଥ ଶୁଭାରମ୍ଭ ହୋଇଛି । ଏହା ବାଣୀଭୁଷନପୁର ପଞ୍ଚାୟତ ରୁ ଆରମ୍ଭ ହୋଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଶ୍ରୀବନ୍ତ ମେହେର ଅତିଥି ରୂପେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହା ହରଭଙ୍ଗା ବ୍ଲକ୍ ୧୫ ଟି ପଞ୍ଚାୟତ ( ସରସରା, ବନ୍ଧାପଥର, ବାମଣ୍ଡା , ରାଧାନଗର , ମଥୁରା , ବୀର ନରସିଂହପୁର , ସାମ୍ପୋଚ , ଲୁଣିବାହାଲ , ରାମଗଡ଼ , ଧଳପୁର, ତିଲେଶ୍ୱର , ପିତାମ୍ବରପୁର, ପୁରୁଣା କଟକ , ବାଣୀଭୂଷଣପୁର ଓ କରଞ୍ଜକଟା) ର ଶହେ ରୁ ଅଧିକ ଗ୍ରାମ ବୁଲୁ ସଚେତନ କରିବ। ଗ୍ରାମ ସଭା ବର୍ଷ କୁ ୬ ଥର ହୁଏ । ଯଥା ଜାନୁୟାରୀ ୨୬ , ଫେବୃୟାରୀ ମାସ , ମେ ୧ , ଜୁନ ମାସ , ଅଗଷ୍ଟ ୧୫ , ଅକ୍ଟୋବର ୨ ତାରିଖରେ ହୁଏ । ପଲ୍ଲୀସଭା ଫେବୃୟାରୀ ମାସରେ ହୁଏ ଆଦି ସୂଚନା ଦିଆ ଯାଉଚି । ପଲ୍ଲୀସଭା ଓ ଗ୍ରାମ ସଭା ରେ ମାତ୍ରାଧିକ ପରିମାଣରେ ଲୋକମାନେ ଉପସ୍ଥିତ ରହିବେ ସେନେଇ ସଚେତନ କରାଯାଉଛି ବୋଲି thp ର କ୍ଷେତ୍ର ପ୍ରଶିକ୍ଷକ ପ୍ରତାପ ମେହେର ସୂଚନା ଦେଇଛନ୍ତି । କ୍ଷେତ୍ର ସହଯୋଗୀ ସୁପ୍ରିୟା ଦେହୁରୀ ସାହଯ୍ୟ ସହଯୋଗ କରିଥିଲେ । ଆଜି ପୁରୁଣା କଟକ , ବାଣୀଭୂଷଣପୁର ଓ କରଞ୍ଜକଟା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ସଚେତନ କରାଯାଇଛି ।

Post a Comment