ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦଘାଟିତ


ହରଭଙ୍ଗା,(ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତ ରେ ଆଜି ଶୁକ୍ରବାର ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି!ଏହି ଅଂଚଳ ର ଆଖ ପାଖ ପଂଚାୟତ ଗୁଡିକରେ ଶୁକ୍ରବାର ହାଟ ନଥିବା ଫଳରେ କୃଷିର ବିକାଶ କୁ ଆଖି ଆଗରେ ରଖି ଓ ଛୋଟ ବଡ଼ ବ୍ୟବସାୟୀ ସାମଗ୍ରୀ ବିକ୍ରୟ କରିବା ସହିତ ଅଂଚଳ ର ବିକାଶ କୁ ଗୁଣାତ୍ମକ କରିବା ପାଇଁ ଏହି ହାଟ ଉଦଘାଟିତ ହୋଇଛି!ଏହି ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମିତି ସଭ୍ୟା ରଶ୍ମିତା ମହାକୁଡ଼,ଗାନ୍ଧୀ ଦୂତ, ଗଙ୍ଗାଧର ଦନ୍ତା, ବରିଷ୍ଠ ବିଜେପି ନେତା ବିକ୍ରମ ମହାକୁଡ଼, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ସଂକୁଲୋଇ ପଞ୍ଚାୟତ ଜନସାଧାରଣ ପ୍ରମୁଖଯୋଗଦେଇଥିଲେ!ଆଜି ଏହି ସାପ୍ତାହିକ ହାଟରେ ପରିବା ବ୍ୟବସାୟୀ ଙ୍କ ସମେତ ଲୁଗା ବ୍ୟବସାୟୀ, କଂସା ବାସନ ବ୍ୟବସାୟୀ, ଟେକ୍ସନାରୀ ବ୍ୟବସାୟୀ ଯୋଗ ଦେଇଥିଲେ! ସମାଜସେବୀ ସତ୍ୟବାଦୀ ଚାଉଳିଆ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Post a Comment

Previous Post Next Post