କୁଲିଆଡୁଙ୍ଗରି ଠାରେ ଲୋକେ କରୋନା ଟୀକା ନେବା ନେଇ ସଚେତନ


ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁଲିଆଡୁଙ୍ଗରି ଓ ବାଦିବାହଲ ଠାରେ ମହାମାରୀ କରୋନା ଟୀକା ନେବା ନେଇ  ଘର ଘର ବୁଲି ଲୋକଙ୍କୁ କରୋନା ଟୀକା ପ୍ରଥମ ଡୋଜ,ଦ୍ଵିତୀୟ ଡୋଜ,ତୃତୀୟ ଡୋଜ,ନେବା ନେଇ ସଚେତନ  କରିଛନ୍ତି । ଏହି  ସଚେତନତାରେ ସୁପର ଭାଇଯର୍,ଧବଳେଶ୍ୱର୍ ମେହେର ମହିଳା ସ୍ବାସ୍ଥ୍ୟ କର୍ମୀ କ୍ଷୀତିଶୁତା ବାଗ,ପୁରୁଷ ସ୍ବାସ୍ଥ୍ୟ କର୍ମୀ,କିଶୋର ଚନ୍ଦ୍ର ନାୟକ,ଆଶା କର୍ମୀ,ସୁନୀତା ଭଇସାଲ, ଲୀଳାବତୀ ସାଗର ଓ ଗାଁ ର ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ମାନେ ମଧ୍ୟ ଯୋଗ ଦେଇ ଲୋକଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ନିଜ ସୁମଧୁର ସ୍ୱର ନିଜ କଣ୍ଠରେ  ନିଜ ଲିଖିତ ଗୀତ ଗାନ କରି ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ନିଜ ନିଜ ପରିବାରରେ ସମସ୍ତଙ୍କୁ କରୋନା ଟୀକା ନେବା ସହ କେମିତି ଆଗାମୀ ଦିନରେ କେମିତି କରୋନା ମହାମାରୀ ଭଳି ରୋଗରୁ ରକ୍ଷା ପାଇବେ ନିଜେ ସତର୍କ ହେବା ସହ ନିଜ ପରିବାର ଜଣଙ୍କୁ ଓ ସମ୍ପର୍କୟଙ୍କୁ ସଚେତନତା କରାଇବା ସହ ଟୀକା ନେବାପାଇଁ ବୁଝାଇବା ସହ ନିଜ ସ୍ବାସ୍ଥ୍ୟକୁ ଧ୍ୟାନ ଦେଇ ରହିବା ପାଇଁ ସମସ୍ତ ମିଶି ଲୋକଙ୍କୁ ସଚେତନତା କରାଇ ବୁଝାଇଥିଲେ। ଏବଂ ଏଭଳି ଶ୍ରୀ ମେହେର ଙ୍କ ସଚେତନ ବାର୍ତ୍ତା ଓ ଗୀତ ଶୁଣି ଲୋକଙ୍କ ମନରେ ଟୀକା ନେବାରେ ବହୁତ୍ ଉତ୍ସାହିତ ହୋଇ ଟୀକା ନେବାରେ ଲୋକଙ୍କ ମନରେ ଯାହିର ହୋଇଥିବା ମଧ୍ୟ ଜଣାପଡ଼ିଛି।

Post a Comment

Previous Post Next Post