ଖିପ୍ରିମାଲ ଠାରେ ଆଞ୍ଚଳିକ ଯାଦବ ସମାଜ କେନ୍ଦ୍ର ଗୋର୍ଲା ର ସାମାଜିକ ବିକାଶ ଚିନ୍ତନ ସଭା


ନୂଆପଡ଼ା, (ପରମେଶ୍ବର ମେହେର) ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ଖିପ୍ରିମାଲ ଠାରେ ସିନାପାଲି ବ୍ଲକ ଯାଦବ ସମାଜ ର ନିର୍ଦେଶ କ୍ରମେ ଆଞ୍ଚଳିକ ଯାଦବ ସମାଜ କେନ୍ଦ୍ର ଗୋର୍ଲା ର ସାମାଜିକ ବିକାଶ ଚିନ୍ତନ ସଭା ଅନୁଷ୍ଠିତ ହୋଇଯାଇଛି। ସଭା ପରିଚାଳନା ଶ୍ରୀଯୁକ୍ତ ଧଜରାମ ମେଣ୍ଣା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଉପେନ୍ଦ୍ର ହଂସ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ, ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ , ମୁଖ୍ୟବକ୍ତା ସିନାପାଲି ବ୍ଲକ ଯାଦବ ସମାଜ ର ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ଘିଭେଲା, ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ସତ୍ୟବ୍ରତ ଗହିର, ସମ୍ମାନିତ ଅତିଥି ସିନାପାଲି ବ୍ଲକ ଯାଦବ ସମାଜ ର ସଂପାଦକ ଶ୍ରୀଯୁକ୍ତ ହେମନ୍ତମଣି କଟା, ନିତ୍ୟାନନ୍ଦ କଟା,କ୍ଷମାଧର ନିଆଲ ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଥିଲେ। ଏବଂ ପରେ ଭଗବାନ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରି ସଭା ଆରମ୍ଭ କରିଥିଲେ। ଉକ୍ତ ସଭାରେ ଆଞ୍ଚଳିକ ଯାଦବ ସମାଜ କେନ୍ଦ୍ର ଗୋର୍ଲା ର ସମସ୍ତ କର୍ମକର୍ତ୍ତା ବା ଯାଦବ ମାନେ ଖିପ୍ରିମାଲ ଠାରେ ଥିବା ଶ୍ରୀ ଶ୍ରୀ ବୁଧେଶ୍ଵର ମନ୍ଦିର ରାସ୍ତା ନିର୍ମାଣ ସକାଶେ ଅର୍ଥ ଅନୁଦାନ ଯୋଗାଇ ଦେଇଥିବାରୁ ମାନ୍ୟବର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଯାଦବ ଭବନ ନିର୍ମାଣ ଓ ବିଭିନ୍ନ ସମସ୍ୟା ବିଷୟରେ ଜାଣିଥିବା ବେଳେ ମାନ୍ୟବର ବିଧାୟକ ବିଧାୟକ ପାଣ୍ଠିରୁ ଯାଦବ ଭବନ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଅନୁଦାନ କରିବା ସହ ଆଗାମୀ ଦିନରେ ସିନାପାଲି ବ୍ଲକ ଅନ୍ୟ ଅଞ୍ଚଳର ଯାଦବ ଭବନ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସିନାପାଲି ବ୍ଲକ ଯାଦବ ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ଘିଭେଲା ତାଙ୍କ ଅଭିଭାଷଣରେ ଯାଦବ ସମାଜ ବିକାଶ କେମିତି ହେବ ଯାଦବ ଭାଇ ବନ୍ଦୁ ମାନେ ସବୁ କ୍ଷେତ୍ରରେ କେମିତି ଆଗେଇ ଯିବେ ସେ ବିଷୟରେ କହିଥିବା ବେଳେ ସିନାପାଲି ବ୍ଲକ ଯାଦବ ସମାଜ ସଂପାଦକ ଶ୍ରୀଯୁକ୍ତ ହେମନ୍ତମଣି କଟା ସାମାଜିକ କୁସଂସ୍କାର ଦୁରି କରଣ,ନିଶା ସେବନ,ଜୋତୁକପ୍ରଥା ଓ ଝଡାଫୁଙ୍କା ଦୁରିକରଣ ବିଷୟରେ ବୁଝାଇଥିଲେ। ଶେଷରେ ଡୋଲାମଣି ଘିଭେଲା ଧନ୍ୟବାଦ ଅର୍ପଣ କରି ସଭା ସମ୍ପନ୍ନ କରିଥିଲେ। ଉକ୍ତ ସଭାରେ ଆଞ୍ଚଳିକ ଯାଦବ ସମାଜ କେନ୍ଦ୍ର ଗୋର୍ଲା ର ସମସ୍ତ କର୍ମକର୍ତ୍ତା ଓ ଅନ୍ୟାନ୍ୟ ଆଞ୍ଚଳିକ ଯାଦବ ସମାଜ ର ଯାଦବ ଭାଇ ବନ୍ଦୁ ମାନେ ଯୋଗଦେଇଥିଲେ।

Post a Comment

Previous Post Next Post