ବନ୍ୟାପାଣି କମୁଛି, ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି ।ହରଭଙ୍ଗା କୁସଙ୍ଗ,ମାରଡ଼ା ଏବେବି ବିଛିନ୍ନ

        

ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକରେ ବନ୍ୟା ଅଞ୍ଚଳର ସ୍ଥିତି ଏବେବି ଗମ୍ଭୀର ରହିଛି। ଧୀରେଧୀରେ ବନ୍ୟାପାଣି ବନ୍ୟା ପ୍ଲlବୀତଗ୍ରାମଗୁଡିକରେ ବନ୍ୟା ପାଣି କାମୁଥିବାବେଳେ,ଏବେ ବି ବହୁଗ୍ରାମ ଯଥା ମରଡା,କୁମାରୀ,ଅତଲସରା ତିରଡ଼, ହରଭଂଗା,ପାଣିଘରା ଖଣ୍ଡିଧଲପୁର,କୃଷ୍ଣମୋହନ, ପୁର ସଦଲଗଣ୍ଡା,ଧଳପୁର ଅଦିଗ୍ରାମ ଗୁଡିକ ପାଣି ଘେରରେ ରହିଛି।ଚିନ୍ତାବଢା ଉଛି ଆସିଥିବା ଲଘୁଚାପ ବର୍ଷା। ଗତକାଲି ଏହିସବୁ ଅଞ୍ଚଳ ରେ ବର୍ଷା ଲାଗି ରହିଛି ତଳେ ବନ୍ୟାଜଳ ପ୍ରଭାବିତ ହେଇଥିବାବେଳେ,ଉପରୁ ବର୍ଷା ଲୋକଙ୍କ ପାଇଁ କାଳ ସାଜିଛି। ପାଣିଘେରରେ ଥିବା ଲୋକଙ୍କ ଦୁର୍ଦଶା ଜlରିରହିଥିବାବେଳେ,ପୁଣି ଚିନ୍ତାବଢାଉଛି ବର୍ଷା ଓ ବନ୍ୟା। ବର୍ଷା ଯୋଗୁଁ ଚୁଲି ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ନାଳକୁଅ ଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁ ଲୁଚି ଯାଇଛି ପାଣି ଭିତରେ। ଏବେ ବି ବୌଦ୍ଧ ଜଗନ୍ନାଥ ରୋଡ ଉପରେ ୮ ଫୁଟ ର ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହେଇଛି।

   ବନ୍ୟାରେ ଧୋଇଗଲା ବିଜୁସେତୁ



ମହାନଦୀ ବନ୍ୟାରେ ହରଭଂଗା ଜଗନ୍ନାଥ ସଡକ ଉପରେ ହରଭଂଗା ଅତଳସରା ରାସ୍ତାରେ କୁଶାସିଙ୍ଗ ବିଜୁସେତୁ ଅପ୍ରଚ ରାସ୍ତା ବନ୍ୟାରେ ଧୋଇହେଇଯାଇଛି। ଏହି ସେତୁ ଉପରେ ନିଭର କରିଥିବା ହରଭଂଗା କୁଶଙ୍ଗ ତଲଗା ମହାଳିକପଡା ଆଦି ୪ରିଗୋଟି ପଞ୍ଚାୟତବାସୀ ଏହାରି ଉପରେ ନିର୍ଭରଶୀଳ । ରାସ୍ତା ଧୋଇହେଇଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହେଇଛି। ସେହିପରି ବନ୍ୟା ଓ ଲଗାଣ ବର୍ଷାରେ ବ୍ଲକ ରେ ୨୦୦ରୁ ଉର୍ଦ୍ଧ ଭାଙ୍ଗିଯାଇଥିବା କଚା ଘରେ ରହୁଥିବା ବିପନ୍ନଙ୍କୁ ଏପର୍ଯ୍ୟନ୍ତ ମିଳିପାରିନାହିଁ ପଲି ଥିନ ଖଣ୍ଡେ। ହରଭଂଗା ବ୍ଲକ୍ ଆଜକୁ ସାତଦିନ ଧରି ପାଣିଘେରରେ ଥିବା ବିପର୍ଣ୍ଣମାନଙ୍କୁ ରିଲିଫ ନମିଳିବାରୁ ଅସନ୍ତୋଷ ଦେଖାଦେଇଛି।ପ୍ରକାଶ ଥାଉକି ଗତଗୁରୁବାର ଦିନ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବୌଦ୍ଧ ଜିଲ୍ଲାରରେ ପାଣିଘେରରେ ଥିବା ବିପନ୍ନଙ୍କୁ ସାତଦିନ ରିଲିଫ ପାଇଁ ଘୋଷଣା କରିଥିଲେ ହେଲେ ଘୋଷଣା ହେବାର ୪ଦିନ (୧୦୬)ଘଣ୍ଟା ବିତିଯାଇଥିଲେ ସୁଦ୍ଧା ରିଲିଫ ନମିଳିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛନ୍ତି। ଜିଲ୍ଲାର ପ୍ରଶାସନିକ ପକ୍ଷରୁ ତୁରନ୍ତ ସହାୟତା ଯୋଗେଇ ଦବାକୁ ଦା ବି ହେଇଛି।

Post a Comment

Previous Post Next Post