ନୂଆପଡା (ପରମେଶୂର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅରେଡା ଗ୍ରାମର ବର ଛକ ଠାରେ ମୋଟର ସାଇକେଲ ଧକ୍କାରେ ଯୁବକ ମୃତ କ୍ଷତି ପୂରଣ ଦାବି ନେଇ ଖଡ଼ିଆଳ କଣ୍ଟାବାଞ୍ଜି ରାସ୍ତା ଅବରୋଧ । ଘଟଣାରୁ ପ୍ରକାଶଯେ ଶୁକ୍ରବାର ରାତ୍ର ୭ ଘଣ୍ଟା ସମୟରେ ଅରେଡା ଗ୍ରାମର ଜଗସନ ଶବର (୩୨) ବର୍ଷ ତାଙ୍କ ସାଙ୍ଗ ସହିତ ଗ୍ରାମର ପୋଖରୀକୁ ଯାଉଥିବା ବେଳେ ଖଡ଼ିଆଳ ପଟୁ ଯାଉଥିବା ଏକ ମୋଟର ସାଇକେଲ ଓଡ଼ି ୩୩ କେ ୭୫୨୯ ଧକ୍କା ଦେବାରୁ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପରେ ଅରେଡା ଗ୍ରାମର ସତାଧିକ ମହିଳା ଓ ପୁରୁଷ ମୃତକଙ୍କ ପରିବାରକୁ ଉଚିତ କ୍ଷତି ପୂରଣ ଦାବି ନେଇ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ, ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ଜାତୀୟ ରାଜପଥ ଅଧିକାରୀ ପି ଆର ଓ ଉପସ୍ଥିତ ରହି ହରିଶ୍ଚନ୍ଦ୍ର ଯୋଜନାରୁ ଦୁଇ ହଜାର ଟଙ୍କା, ରେଡ଼ କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା, ପଞ୍ଚାୟତ ପକ୍ଷରୁ ଗୋଟିଏ ଆବାସ ଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ରାସ୍ତା ରେ ଦୁର୍ଘଟଣା ଯୋଗୁଁରାସ୍ତା ଅବରୋଧ କଲେ ଅରେଡ଼ା ଗ୍ରାମବସୀ
ଆଜତକ ଓଡ଼ିଶା
0
Post a Comment