ଶିଆଳଲଟି ହାଇସ୍କୁଲ ରେ ପାଳିତ ହେଲା ସ୍ୱାଧୀନତା ଦିବସ


ନୂଆପଡା,(ପରମେଶ୍ଵର ମେହେର) ଶିଆଳଲଟି ହାଇସ୍କୁଲ ରେ ପାଳିତ ହେଲା ସ୍ୱାଧୀନତା ଦିବସ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ ଶିଆଳଲଟି ଗ୍ରାମ ରେ ଅବସ୍ଥିତ ଆଜାଦୀ କା ଅମୃତ ମୋହର୍ସବ ୭୬ ତମ ସ୍ୱାଧୀନତା ଦିବସ ସ୍କୁଲ ପରିସରରେ ସ୍କୁଲ ପିଲାଙ୍କ ଦ୍ୱାରା ପାଳିତ ହୋଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ କାଳିଆ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ସ୍କୁଲ ସମ୍ପାଦକ ଦିବ୍ୟାସିଂ ମାଝୀ, ସଦାଶିବ ପ୍ରଧାନ, ଟେଶ୍ରାମ ସାହୁ, ସମିତି ସଭ୍ୟ ଚନ୍ଦୁଲାଲ ନାଏକ, ପୂର୍ବତନ ଛାତ୍ର ବଜରଙ୍ଗ ମାଝୀ ପ୍ରମୁଖ ଉପସ୍ଥିତ ରହି ଥିଲେ । ପୁରାତନ ଛତ୍ର ବଜରଙ୍ଗ ମାଝୀ ଙ୍କ ଏକ ଭିନ୍ନ ପ୍ରୟାସ ବିଦ୍ୟାଳୟ ରେ ୨୦୨୦/୨୧/୨୨ ବର୍ଷ ରେ ଭଲ ନମ୍ବର ରଖି ଉତ୍ତୀର୍ଣ ହୋଇଥିଲେ ସେମାନଙ୍କୁ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Post a Comment

Previous Post Next Post