କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଏକ୍ସପ୍ରେସ ନ୍ୟୁଜ: ଆଜି କଣ୍ଟାବାଞ୍ଜି ପ୍ରେସ କ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । ପ୍ରେସକ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା ସକାଳ ୯.୩୦ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ସମୟରେ କଣ୍ଟାବାଞ୍ଜି ପ୍ରେସକ୍ଲବ ଅନେକ ଜନ ମଙ୍ଗଳ କାର୍ଯ୍ୟକ୍ରମ ହେଇଛି ଆଉ ସେ ସବୁ ଆଗକୁ ବି ଜାରି ରହୁ ବୋଲି ପ୍ରେସକ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା କହିଥିଲେ। ପ୍ରେସକ୍ଲବର ସମସ୍ତ ସଦସ୍ୟଙ୍କୁ ନିରପେକ୍ଷ ଭାବେ ସମସ୍ତ ଖବର ପ୍ରସାରଣ କରିବା ପାଇଁ ସମ୍ପାଦକ ଯୁଗଳ କିଶୋର ଶବର ଅନୁରୋଧ କରିଥିଲେ।
ଆଜି ସ୍ଵାଧୀନତା ଦିବସ ଉପଲକ୍ଷେ କଣ୍ଟାବାଞ୍ଜି ପ୍ରେସକ୍ଳବ ତରଫରୁ କଣ୍ଟାବାଞ୍ଜି ଉପ-କାରାଗାର ପହଞ୍ଚି ସେଠାରେ ଥିବା ଅନ୍ତେବାସୀଙ୍କୁ ଚକୋଲେଟ୍ ଏବଂ ମିଷ୍ଟାନ ବଣ୍ଟନ କରିବା ସହିତ ଉପ- କାରାଗାର ଭିତରେ ଜେଲର ବିକାସଲତା ବାରୁ ଏବଂ ଜେଲ ଅନ୍ତେବାସିଙ୍କ ସହ ମିଶି ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସର ରେ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, କୋଷାଧ୍ୟକ୍ଷ ହନି ସିଂ, ଯୁଗ୍ମ ସମ୍ପାଦକ ରୋହନ ମହତ୍, ବିଶିକେଶନ ମାଝୀ, ଉପସଭାପତି ମନୋଜ ଶର୍ମା, ରଶ୍ମି ରଂଜନ ପୁଟେଲ, ପରାମର୍ଶ ଦାତା ଆନନ୍ଦ ମୋଟେ, ଆଶିଷ ଖେତାନ୍, ଦୁର୍ଗା ପ୍ରସାଦ ଗୁପ୍ତା,କାର୍ଯ୍ୟକାରୀ ସଦସ୍ୟ ଦୀପକ କୁମାର ୟାଦବ, ଜଗମୋହନ ତାଣ୍ଡି, ସୁଶାନ୍ତ ବେହେରା, ବିକାଶ ଶର୍ମା, ଦେବେସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment