ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ପୋଲିସ ପଡିଆରେ ୭୬ତମ ସ୍ୱାଧିନତାଦିବସ ପାଳିତ ହୋଯାଇଛି । ଚଳିତ ବର୍ଷ କୋଭିଡ କଟକଣା ଲାଗୁଥିବା ବେଳେ ପ୍ରବଳ ବର୍ଷାରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଝାରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିବା ସହ ମିଳିତ ପେରେଡରେ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ଉବୋଧନ ଦେଇଥିଲେ ।ପେରେଡରେ ଜିଲ୍ଲା ପୋଲିସ , ହୋମଗାର୍ଡ ସାମିଲ ହୋଇଥିବା ବେଳେ କୌଣସି ବିଦ୍ୟାଳୟ ତଥା ମହାବିଦ୍ୟାଳୟର ପେରେଡ ଦଳ ସାମିଲ ହୋଇ ନ ଥିଲେ । ଏଥର ସ୍ବାଧୀନତା ଦିବସ ପ୍ରବଳ ବର୍ଷା ଯୋଗୁଁ ଫିକା ପଡିଥିବା ବେଳେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ବେଣ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସମତେ କିଛି ସରକାରୀ ଅଧିକାରୀ ମାନଙ୍କ ଗହଣରେ ସ୍ବାଧୀନତା ଦିବସ ପାଳନ କରିଥିଲେ ।
ସୁବର୍ଣ୍ଣପୁର ରେ ୭୬ତମ ସ୍ବାଧିନତା ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment