ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) :ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନଜୀବନ ନଷ୍ଟ ହୋଇଛି । ବନ୍ୟା ପାଣି ଯେତିକି କମୁଛି ଚାଷୀର ଚିନ୍ତା ସେତିକି ବଢ଼ି ବଢ଼ି ଚାଲିଛି!ବନ୍ୟା ରେ ଚାଷ ଜମି ବୁଡି ଧାନ ଚାଷ ଉଜୁଡି ଯାଇଛି ଓ ଗୋଚର ଜମି ପାଣିରେ ବୁଡି ପଙ୍କ ଓ ବାଲି ରେ ବୁଡିରହିଛି ଯାହା ଦ୍ଵାରା ଗୋରୁ ଗାଇ ଖାଇବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଅନେକ ସ୍ଥାନରେ ଗାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏ ନେଇ ବୌଦ୍ଧଜିଲ୍ଲା ଜିଲ୍ଲାପ୍ରଶାସନ ଙ୍କ ନିର୍ଧେଶ କ୍ରମେ ହରାଭଙ୍ଗା ବ୍ଲକ ର ବ୍ଲକଚିକିତ୍ସାଧିକାରୀ ଡ଼. ପୁଷ୍ଟି ଙ୍କ ତତ୍ଵାବଧାନରେ କୁସଙ୍ଗ, ଧଳପୁର, ହରଭଙ୍ଗା, ବୀରନରସିଂହଁପୁର ଠାରେ ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ରେ ଧଳପୁର ପ୍ରଣିଧାନ ନିରୀକ୍ଷକ, ନାରାୟଣ ବାରିକ, କୁସଙ୍ଗ, ହରଭଙ୍ଗା, ବିରନରସିଂହ ପୁର ପ୍ରଣିଧାନ ନିରୀକ୍ଷକ ଉପସ୍ଥିତ ରହି ଉପଯୁକ୍ତ ଗୋ ଚାଷୀ ଙ୍କୁ ଗୋ ଖାଦ୍ୟ ବଣ୍ଟନ କରିଥିଲେ।
ବନ୍ୟା ଅଂଚଳ ରେ ଗୋଦାନା ବଣ୍ଟନ
ଆଜତକ ଓଡ଼ିଶା
0
Post a Comment