ପଖନମୁଣ୍ଡା ବିଦ୍ୟାଳୟରେ ବେସଲାଇନ ପରୀକ୍ଷା

 


କଣ୍ଟାବାଞ୍ଜି. (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏ.ଆଇ.ଏଫ ତରଫରୁ ଇମ୍ପାକ୍ଟ ସଂସ୍ଥା ଦ୍ଵାରା ନିୟୋଜିତ ଦୁଇ ଜଣ ସ୍ବେଛାସେବୀ ଉଦୟ ମେହେର ଓ ତପନ କୁମାର ନିଆଲ ତୃତୀୟ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କର ବେସଲାଇନ ପରୀକ୍ଷା କରିଥିଲେ।କରୋନା ସମୟରେ ବିଦ୍ୟାଳୟ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀ ମାନେ କିପରି ପାଠ ପଢୁଥିଲେ ଓ କେତେଦୂର ପାଠ ମନେରଖିଛନ୍ତି ତାରି ମୂଲ୍ୟାୟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ଶିକ୍ଷକ ମନୋଜ କୁମାର ତାଣ୍ଡି, ଅଲେଖ ବନଗୁଲା, ବିଶେଶ୍ୱର ମୁଦୁଲି, ନରେଶ ତାଣ୍ଡି ଆଦି ସହଯୋଗ କରିଥିଲେ।

Post a Comment

Previous Post Next Post