ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳ ରେ ଗୋଖାଦ୍ୟ ବଣ୍ଟନ


ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) ବନ୍ୟା ପ୍ରଭାବିତ ଅଂଚଳରେ ଗୋପାଳକ ମାନଂକୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସରସରା ପଂଚାୟତ ର ବନ୍ୟା ପ୍ରଭାବିତ ଅଂଚଳରେ ୧୦୫୦କେଜି ଗୋଖାଦ୍ୟ ବଣ୍ଟନ କରାଯାଇଛି । କାଲେଶ୍ୱର ଠାରେ ୩୧ଜଣ, ମାଉଲସିଙ୍ଗା ୧୨, ସlନବାଗବାର ୧୫, ବଡ଼ବଙ୍କାପଡା ୧୫, ସାନବଙ୍କାପଡା ୨୪ ଓ ବଘାରପାଲି ଠାରେ ୩୨ଜଣ ଗୋପାଳକଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଛି । ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ପ୍ରାଣୀଧନ ନିରୀକ୍ଷକ ବଢିଙ୍ଗା ଗୌରାଙ୍ଗ ସାହୁ, ସରସରା, ନିରଞ୍ଜନ ପାତ୍ର ଓ କୃତ୍ରିମ ପ୍ରଜନନକାରୀ ମୃଶୁଣ୍ଢୀ ରତନ କୁମାର କର୍ମୀ,ସରସରା ସରପଞ୍ଚ ହରି ନାଏକ,ବଡବଙ୍କାପଡା ୱାର୍ଡ ସଭ୍ୟ ଶୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବନ୍ୟାଞ୍ଚଳରେ ସରକାର ଙ୍କ ତରଫରୁ ଗୋଦାନା ବଣ୍ଟନ କରାଯାଇଛି ।

Post a Comment

Previous Post Next Post