ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ
ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ଫାଣ୍ଡି ଦୀର୍ଘ ୩୭ ବର୍ଷ ପରେ ପୁଣି ଫେରି ପାଇଲା ନୂତନ ଥାନାର ମାନ୍ୟତା । ଆଜି ସମଗ୍ର ରାଜ୍ୟରେ ୩୬ଟି ନୂତନ ଥାନା ପାଇଁ ବିଧିବଦ୍ଧ ଭାବେ ଘୋଷଣା କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି ରାଜାରାଜୁଡା ତଥା ବ୍ରିଟିଶ ଶାସନ ସମୟରେ ୧୯୦୫ ମସିହାରେ ତତ୍କାଳୀନ ବୌଦ୍ଧଗଡ଼ର ରାଜା ଘଣ୍ଟାପଡା ଗ୍ରାମରେ ଏକ ଥାନା ପ୍ରତିଷ୍ଠା କରିଥିଲେ । ଯାହାକି ଭାରତ ସ୍ୱାଧୀନତା ପାଇବାପରେ ବି ରାଜ୍ୟ ସରକାର ଥାନାର ମାନ୍ୟତା ମିଳିଥିଲା । କିନ୍ତୁ ଏଠାର ରାଜନେତାଙ୍କ ଅପାରଗତା ଯୋଗୁଁ ୧୯୮୫ ମସିହାରେ ଓଡିଶା ସରକାର ଘଣ୍ଟାପଡା ଥାନାକୁ ଉଠାଇନେଇ କଣ୍ଟାମାଳ ଫାଣ୍ଡିକୁ ଥାନା ଓ ଘଣ୍ଟାପଡା ଥାନାକୁ ଫାଣ୍ଡିର ମାନ୍ୟତା ଦେଇଥିଲେ । ଦୀର୍ଘ ୩୭ ବର୍ଷ ଆପତ୍ତି ଅଭିଯୋଗ ଓ ବିଭିନ୍ନ ସଙ୍ଘ ତରଫରୁ ଦାବି ପରେ ଆଜି ଓଡିଶା ସରକାରଙ୍କ ଘୋଷଣା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଖୁସିରେ ଆତ୍ମହରା ହୋଇ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ମନlଇଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଓ କଣ୍ଟାମାଳ ବିଧାୟକ ଶ୍ରୀ ମହୀଧର ରଣାଙ୍କୁ କୃତଜ୍ଞତା ଜଣାଇଥିଲେ ।
Post a Comment