ସୁବର୍ଣ୍ଣପୁର ଜିଲ୍ଲାରେ ଅହିଂସା ରଥକୁ ସ୍ବାଗତ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଟାଉନ ହଲ ଠାରେ ଅହିଂସା ରଥକୁ ସ୍ବାଗତ କରାଯାଇଛି । ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ଜନମାନସରେ ଉଜ୍ଜିବିତ କରିବା ସଙ୍ଗେ ସଙ୍ଗେ ଯୁବପିଢୀ ମାନଙ୍କ ମଧ୍ୟରେ ଦେଶପ୍ରିତୀ ଜାଗରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୨ଗୋଟି ଅହିଂସା ରଥ ଓଡିଶାର ପ୍ରତ୍ୟେକ ଜିଲ୍ଲାର ଐତିହାସିକ ସ୍ଥଳୀ ଓ ସ୍ବାଧୀନତା ସଂଗ୍ରାମ ସହିତ ସଂପୃକ୍ତ ସ୍ଥାନ ପରିକ୍ରମା କରୁଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପହଂଚିଛି । ଦୁଇ ଦିନ ଧରି ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ କରିଥିଲେ । ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠାଲେଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ବୁଦ୍ଧିଜିବୀ , ସମାଜସେବୀ ମାନେ ସାମିଲ ହୋଇଥିଲେ ।

Post a Comment

Previous Post Next Post