ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରରେ ଜିଲ୍ଲା ପ୍ରେସ କ୍ଳବ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓଡିଶା ରକ୍ତ କେନ୍ଦ୍ର ଠାରେ ଆଜି ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରେସ କ୍ଳବ ର ସଭାପତି ବରିଷ୍ଠ ସାମ୍ବାଦିକ ବରଜୁ ବେହେରା, ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଓ ପ୍ରେସ କ୍ଳବ ର ଅନ୍ୟ ବରିଷ୍ଠ ସାମ୍ବାଦିକ ସଦସ୍ୟ ମାନଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!ରକ୍ତଦାନ ଶିବିରରେ ୨୯ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ରକ୍ତ ଭଣ୍ଡାର ର କାର୍ଯ୍ୟରତ ସମସ୍ତ ଅଧିକାରୀ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ। ୨୯ୟୁନିଟ ରକ୍ତ ସଂଗ୍ରହ ରେ ବୌଦ୍ଧ ବଲାସିଙ୍ଗା ଠାରେ ଥିବା ୫ମ ବାଟାଲିୟନ ଫୋର୍ସ ରୁ ୧୫ଜଣ ଫୋର୍ସ ସ୍ବେଛା କୃତଭାବେ ରକ୍ତଦାନ କରିଥିବା ବେଳେ ଅନ୍ୟ ରକ୍ତ ଗୁଡିକ ପ୍ରେସ କ୍ଳବ ର ସାମ୍ବାଦିକ ବନ୍ଧୁ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ।
ଜିଲ୍ଲା ପ୍ରେସକ୍ଳବ ବୌଦ୍ଧ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୨୯ୟୁନିଟ ରକ୍ତ ସଂଗୃହିତ
ଆଜତକ ଓଡ଼ିଶା
0
Post a Comment