ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଛକ ସମ୍ମୁଖରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ୧୨ ଦଫା ସମ୍ବଳିତ ଦାବୀ ପତ୍ର ନୂଆପଡା ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଙ୍କୁ ପ୍ରଦାନ କରିଛନ୍ତି। ଖଡ଼ିଆଳ , ବୋଡେ଼ନ ଏବଂ ସିନାପାଲି ବ୍ଲକ ର ହିତାଧିକାରୀମାନେ ସାମିଲ ହୋଇ ନିଜ ଦାବୀ ଉପସ୍ଥାପନା କରିଛନ୍ତି। ମନରେଗା ଯୋଜନା ରେ ପାରିଶ୍ରମିକ ବକେୟା ଦେୟ, କେନ୍ଦୁପତ୍ର ବକେୟା ଦେୟ ପ୍ରଦାନ, ରାସନ କାର୍ଡ ରେ ଖାଉଟି ସାମଗ୍ରୀ ପ୍ରଦାନ, ଜାତୀୟ ଭତ୍ତା ପ୍ରଦାନ, ୮୦ ବର୍ଷ ମହିଳା ଭତ୍ତା ବାବଦ କୁ ୮୦୦ ଟଙ୍କା ପ୍ରଦାନ, ଜଂଗଲ ଜମି ପଟ୍ଟା ପ୍ରଦାନ, ଆଦି ମୁଖ୍ୟ ଦାବି ନେଇ ଘେରାଉ ଅରିଥିଲେ। ବର୍ତ୍ତମାନ ନୂଆଖାଇ ପଶ୍ଚିମ ଓଡିଶାର ଗଣ ପର୍ବ ପାଳନ କରିବା ପାଇଁ ଏହି ଅର୍ଥ ଅନେକ ସହାୟକ ହେବ। ଖଡ଼ିଆଳ ବିଡ଼ିଓ ଏହି ଦାବୀପତ୍ର କୁ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରିବା ସହ ନିଦ୍ଧେଶ କ୍ରମେ କାର୍ଯ୍ୟ ଏବଂ ପଦକ୍ଷେପ ନିଆ ଯିବା ବୋଲି କହିଛନ୍ତି। ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି ଙ୍କ ନେତୃତ୍ବରେ ବହୁ ହିତାଧିକାରୀ ସାମିଲ ହୋଇଥିଲେ।
ଦଳିତ ଅଧିକାର ମଞ୍ଚ ପକ୍ଷରୁ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ, ୧୨ ଦଫା ଦାବୀ ପତ୍ର ପ୍ରଦାନ
ଆଜତକ ଓଡ଼ିଶା
0
Post a Comment