ପଖନମୁଣ୍ଡା ବିଦ୍ୟାଳୟରେ ଡାଇରିଆ ଓ ମେଲେରିଆ ସଚେତନତା ସଭା


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାଇରିଆ ଓ ମେଲେରିଆ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଶିକ୍ଷକ ଅଲେଖ ବନଗୋଲା, ନରେଶ ତାଣ୍ଡି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।ବର୍ତ୍ତମାନ ବର୍ଷା ଋତୁ ଚାଲିଛି ତେଣୁ ଆମେ ଯଦି ସଜାଗ ନରହିବା ତେବେ ଆମକୁ ଡାଇରିଆ ଓ ମେଲେରିଆ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଛି।ଏହି ସବୁ ରୋଗ ନହେବା ପାଇଁ ଆମକୁ ସତର୍କତା ଅବଲମ୍ବନ କରିବା ସହିତ କିଛି କାମ ନିୟମିତ କରିବିକୁ ପଡିବ ଯେପରିକି ପାଣିକୁ ଗରମ କରି ଥଣ୍ଡା କରି ପିଇବା, ଖାଇବା ଆଗରୁ, ପାଇଖାନା ରୁ ଫେରିବା ପରେ ଓ ବାହାରୁ ଘରକୁ ଫେରିବା ପରେ ସାବୁନରେ ବାରମ୍ବାର ହାତ ଧୋଇବା, ଗରମ ଓ ତଟକା ଖାଦ୍ୟ ଖାଇବା, ସନ୍ତସନ୍ତିଆ ଜାଗାକୁ ସଫାସୁତୁରା କରି ବ୍ଳିଚିଙ୍ଗ ପକେଇବା, ମଶାରୀ ବ୍ୟବହାର କରିବା ଓ ପରିଷ୍କାର ପରିଛନ୍ନତା ରହିବାକୁ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ।ତାପରେ ଛାତ୍ରଛାତ୍ରୀ ମାନେ ହାତ ଧୋଇବାର ସୋପାନ କ୍ରମରେ ନିଜ ହାତ ଧୋଇ ଅନ୍ୟ ମାନଙ୍କୁ ଦେଖେଇଥିଲେ।

Post a Comment

Previous Post Next Post