ଦୁର୍ଘଟଣା ରେ ଆହତ ଯୁବକଙ୍କ ମୃତ୍ୟୁ


ହରଭଙ୍ଗା (ଶୁଶାନ୍ତ କୁମାର ବେହେରା) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ବାମଣ୍ଡା ମେହୁରୁଣୀ ପୋଲ ନିକଟରେ  ସ୍କୁଟି ଓ ଅଜଣା ଗାଡି ସହ ଧକ୍କା ହୋଇ ଆହତ ହୋଇଥିବା ଯୁବକ ପ୍ରମୋଦ ଚାନ୍ଦ (୬୨)ଙ୍କ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଥାଉକି ପ୍ରମୋଦ ଚାନ୍ଦ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ କୁ ନିଜ ପୁଅ ସୁଶାନ୍ତ ଚାନ୍ଦ ଙ୍କ ସହ  ଜିଲାପାଳ ଙ୍କ ଅଭିଯୋଗ ଶୁଣାଣି କୁ ଆର୍ଥିକ ସହାୟତା ପାଇଁ ନିବେଦନ କରି ସ୍କୁଟିଯୋଗେଘରକୁ ଫେରୁଥିବା ସମୟରେ  ବାମଣ୍ଡା ମେହେରୁଣୀ ପୋଲ ନିକଟରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇ ପଳାଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ବାପା ପୁଅ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ପରେ ସ୍ଥନିୟ ଲୋକଙ୍କ ସାହାଯ୍ୟ ରେ ଉଭୟଙ୍କୁ ପୁରୁଣା କଟକ ମେଡ଼ିକାଲ ଅଣାଯାଇଥିଲା ପରେ ପ୍ରମୋଦ ଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡ଼ିକାଲ ପଠାଯାଇଥିବା ବେଳେ ସେଠାରେ ଚିକିତ୍ସା ଧୀନ ଅବସ୍ଥା ରେ ଶନିବାର ଦିନ ମୃତ୍ୟୁ ବରଣ କରିଥଵା ଜଣାପଡିଛି ।

Post a Comment

Previous Post Next Post