ହରଭଙ୍ଗା,(ଶୁଶାନ୍ତ କୁମାର ବେହେରା) :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଆଦର୍ଶ ସରପଞ୍ଚ ସୁବାସିନୀ ଯୋଶୀ ଙ୍କ ଆଦର୍ଶ ପଣିଆ। ସେ ଯାହା ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ରାମଗଡ଼ ପଂଚାୟତ ବାସୀଙ୍କୁ କଥା ଦେଇଥିଲେ ତାହା ବହୁ ଶୀଘ୍ର କଥାରେ ନୁହଁ କାମରେ ଦେଖାଇବା ପାଇଁ ନିଜର ଆପ୍ରାଣ ଉଦ୍ୟମ ରେ ଗୋଟେ ଗୋଟେ ପାଦ ଆଗକୁ ବଢ଼ାଇବାରେ ଚେଷ୍ଟା ଚଳାଇଛନ୍ତି। ବିଗତ ୨ଟି ନିର୍ବାଚନ ୧୦ ବର୍ଷ ର ଅବହେଳିତ ନିଜ ପଂଚାୟତ ର ସର୍ବ ସାଧାରଣ ଙ୍କ ସାମାଜିକ ଅଧିକାର କୁପଞ୍ଚାୟତ ବାସୀଙ୍କ ହାତ ମୁଠାରେ କିପରି ରହିବ ତାହାର ପ୍ରୟାସ ଜାରିରଖିଛନ୍ତି!ଯେମିତି ଅବହେଳିତ ମହିବାହାଲ ଅଙ୍ଗନୱାଡି ସେଣ୍ଟର ନୂତନ ଉନ୍ନତି,ପଂଚାୟତ ର ଅବିଛିନ୍ନ ଉଆଁଳ ଓ ବୈକୁଣ୍ଠ ପୁର ଗ୍ରାମର ର ସ୍ୱତନ୍ତ୍ର ଉନ୍ନତି, ରାମଗଡ଼ ହାଇସ୍କୁଲ 5T ରେ ରୂପାନ୍ତରିତ ହାତ ବଢାଇବା ,ପଂଚାୟତ ବାସୀଙ୍କ ପାନୀୟ ଜଳ ସୁ ବ୍ୟବସ୍ତା , ବିଶେଷ କରି ଦୀର୍ଘ ୧୫ବର୍ଷ ହେବ ଆଲୋକିତ ହୋଇନଥିବା ପଂଚାୟତ ଅଫିସ ର ଆଲୋକୀ କରଣ ବ୍ୟବସ୍ତା, ଏସବୁ ଗୁଡ଼ିଏ ନିଜସ୍ୱ ଯୋଜନା ଦେଖିବା ପରେ ପଂଚାୟତ ବାସି ଶ୍ରୀମତୀ ସରପଞ୍ଚ ଙ୍କ କାର୍ଯ୍ୟକଳାପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।
କଥାରେ ନୁହେଁ କାମକରି ଦେଖାଇଲେ ଲେଡି ସରପଞ୍ଚ ମହାଶୟ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment