ଇଂରାଜୀ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ

ହରଭଙ୍ଗା (ଶୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ପକ୍ଷରୁ  ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ  ହୋଇଯାଇଛି । ଏହି ଉତ୍ସବ ରେ ଯୁକ୍ତ ତିନି ଶେଷ ବର୍ଷ  ଇଂରାଜୀ ସଂମାନ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରିବା ସହ  ଅବସର ପ୍ରାପ୍ତ ଅଧକ୍ଷ ପୂର୍ନେନ୍ଦୁ ତ୍ରିପାଠୀ ଙ୍କୁ  ମଧ୍ୟ ଇଂରାଜୀ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଜଣା ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ତାରେଣିଆ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ପୂର୍ନେ ନ୍ଦୁ  ତ୍ରିପାଠୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଇଂରାଜୀ ବିଭାଗ ର ମୁଖ୍ୟ ଅଧ୍ୟାପକ ଡ଼, ପ୍ରମୋଦ ମହାପାତ୍ର ପରିଚାଳନା କରିଥିଲେ । ଛାତ୍ର, ସଙ୍କର୍ଷଣ ପ୍ରଧାନ, ଓ ଛାତ୍ରୀ  ପ୍ରଦୀପ୍ତି ପ୍ରଧାନ  ସଂଯୋ8 କରିଥିବାବେଳେ  ସ୍ଵର୍ଣ ପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ରେ ମହାବିଦ୍ୟାଳୟ ର  ଅଧ୍ୟାପକ ଲଳିତ ମେହେର, ରଞ୍ଜିତ ସାମଲ, ସୁରେଶ୍ଵର ଯୋଶୀ, ଅଧ୍ୟାପିକ ସୁଷମା ରାଣୀ ବାହୀଦାର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post