ନୂଆପଡ଼ା,(ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଉପାନ୍ତଭଇଁସାଦାନୀ ଗ୍ରାମପଞ୍ଚାୟତ ର ରୁଣ୍ଡି ରାଜସ୍ୱ ଗ୍ରାମ ର ସିଆଲଲଟି ହେଉଛି ଏକ ଉପାନ୍ତ ପଡ଼ା।ଯଦିଓ ଏହା ପଡ଼ା ଭାବରେ ସରକାରୀ କାଗଜାତ ରେ ସୀମିତ ହେଲେ ଏହା ଏକ ଗ୍ରାମରେ ପରିଣତ ହୋଇସାରିଲାଣି।ଏହି ପଡ଼ାରେ ବାସକରନ୍ତି ଆଦିବାସୀ ସମ୍ପ୍ରଦାୟର ପାଖାପାଖି ୨୩୦ ରୁ ଉର୍ଦ୍ଧ୍ୱ ପରିବାର ,ସମ୍ପୂର୍ଣ୍ଣ ପଡ଼ା ଟି ବନ ପାହାଡ ଘେରା ସବୁଜିମା ମଧ୍ୟରେ ପରିପୂର୍ଣ୍ଣ।ବ୍ଲକ କାର୍ଯ୍ୟାଳୟ ଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ, ହେଲେ ଆଜିବି ଯାତାୟାତ ର ମାଧ୍ୟମ ପାଲଟିଛି କାଠ ତିଆରି ପୋଲ।ସୂଚନା ଯୋଗ୍ୟ ଯେ ୫ବର୍ଷ ତଳେ ଜଙ୍ଗଲ ରୁ ପ୍ରବାହିତ ଏକ ନାଳ ରେ ପୋଲ ନିର୍ମାଣ କରି ଧରୁଆପଡ଼ା ଓ ସିଆଲଲଟି ର ରାସ୍ତା ସଂଯୋଗୀକରଣ ଦ୍ୱାରା ଗମନାଗମନ ର ସୁବିଧା ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା।ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ କାର୍ଯ୍ୟ ସରିବା ର ଅଳ୍ପଦିନ ମଧ୍ୟରେ ଭାଙ୍ଗି ଯାଇଥିଲା।
ଭାଙ୍ଗିବା ଦିନ ଠାରୁ ଏଯାଏ ଏହି ପୋଲ ର ମରାମତି ହୋଇପାରି ନାହିଁ।ଯାହା ଫଳରେ ଦୈନିକ ଯାତାୟାତ କରୁଥିବା ଜନସାଧାରଣ ମାନେ ନିଜ ଉଦ୍ୟମରେ କିଛି କାଠ ମାଧ୍ୟମରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ଅତି ବିପଦପୂର୍ଣ୍ଣ ଭାବେ ଯିବାଆସିବାକରୁଛନ୍ତି।ଅଳ୍ପ ଦିନ ତଳେ ଏକ ଆମ୍ବୁଲାନ୍ସ ମଧ୍ୟ ଏହି ପୋଲରେ ଦବି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ପୋଲ ଦେଇ ଛୁଇଁପାଣି, ଭୁଇପାଣି,ଖୋଲିଭିତର, ଝରଣମାଲ, ଯିବା ସହଜ ହେଉଥିବା ବେଳେ ଭଇଁସାଦାନୀ ଗ୍ରାମପଞ୍ଚାୟତ ର ସମତଳ ଅଂଚଳରେ ଥିବା ଗ୍ରାମ ଗୁଡିକ ନିର୍ଭରଶୀଳ।ଗୋଟିଏ ପଟେ ଅଜାଗା ରେ ପୋଲ, ଗାର୍ଡୱାଲ,ନିର୍ମାଣ କରିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଯେଉଁଠି ଦରକାର ସେଇଠାରେ ଅବହେଳା କାହିଁକି? ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପଞ୍ଚାୟତ ଠାରୁ ବ୍ଲକ ସ୍ତର ଯାଏ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ।ବର୍ତ୍ତମାନ ର ସରପଞ୍ଚ କିନ୍ତୁ ଏହି ପୋଲ ନିର୍ମାଣ ପାଇଁ ବଦ୍ଧପରିକର ଥିବା ଜଣାଇଥିବା ସହିତ ବିଡ଼ିଓ ମହାଶୟ ଙ୍କ ସହିତ ଆଲୋଚନା ହୋଇଥିବାର ସୂଚନା ଦେଇଛନ୍ତି।ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ କାର୍ଯ୍ୟ ର ଅଗ୍ରଗତି କେବେ ହେବ ତାହା ସମୟ ହିଁ କହିବ ନା ଏମିତି କୋଣ ଠେସା ହୋଇ ରହିଯିବେ ଉପାନ୍ତ ଗ୍ରାମବାସୀ।
Post a Comment