ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ


କଣ୍ଟାମାଳ : (ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଉଧେଶ୍ୟ ଜ୍ଞାପନ କରିଥିଲେ । କ୍ଳବର ସଦସ୍ୟ ତଥା କଣ୍ଟାମଲ ବ୍ଲକର ବରିଷ୍ଠ ସାମ୍ବାଦିକ ଦୁର୍ବାକ୍ଷ୍ୟ ବସ୍ତିଆଙ୍କ କୋଭିଡ ଜନିତ ମୃତ୍ୟୁରେ ସରକାର ଚାରି ଲକ୍ଷ୍ୟ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାରୁ ବୈଠକରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ସହାୟତା କରାଇବାରେ ମୁଖ୍ୟତଃ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ତଥା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂଙ୍କୁ ମଧ୍ୟ କ୍ଳବ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହା ସହ ଆସନ୍ତା ଜୁଲାଇ ୨୬ ତାରିଖ କ୍ଳବର ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇ ସଦସ୍ୟ ମାନଂକୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ପ୍ରତିଷ୍ଠା ଦିବସ ଅବସରରେ କ୍ଳବର ମୁଖପତ୍ର ସାକ୍ୟଶ୍ୱର ପ୍ରକାଶନ, ବାଲକ ଭୋଜନ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ବୈଠକରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ସଦସ୍ୟ ମାନେ ଯୋଗଦେଇ ସୁଚିନ୍ତିତ ମତାମତ ପୋଷଣ କରିଥିଲେ ଶେଷରେ କ୍ଳବର ଉପସଭାପତି ସତ୍ୟନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post