ସ୍ମାର୍ଟ ସ୍କୁଲ୍ ର ପାଚେରୀ ଫାଟି ଭୁସୁଡିବା ରେ ଲାଗିଛି ନିମ୍ନ ମାନର କାର୍ଯ୍ୟ କରି ବିଲ ହାତେଇ ନେଉଛନ୍ତି ଠିକାଦାର


ନୂଆପଡା,(ପରମେଶ୍ଵର ମେହେର) ଓଡିଶା ସରକାର ସ୍ମାର୍ଟ ସ୍କୁଲ ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ସେହି ସ୍ମାର୍ଟ ସ୍କୁଲ୍ ପାଚେରୀ ଅତି ନିମ୍ନମାନର ହୋଇ ଥିବା ଯୋଗୁଁ ତାହା ତିନି ମାସ ନ ପୁରୁଣୁ ପାଚେରୀ ଫାଟି ଆଁ କଲାଣି ଏଭଲି ଏକ୍ ଦ୍ରୁଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କରଙ୍ଗାମାଲ୍ ର 5T ଅଧୀନର ରୂପାନ୍ତରିତ ହୋଇ ଥିବା ସ୍ମାର୍ଟ ସ୍କୁଲ୍ ଯାହାକି କିଛି ମାସ ତଳେ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ଆସି ଶୁଭାରମ୍ଭ କରିଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାମ୍ ସରିକି ତିନି ମାସ ମଧ୍ୟ ହେଇନି ପାଚେରୀ ଫାଟି ଆଁ କଲାଣି ଏବ୍ଂ ଏଥିରେ ଠିକାଦାର ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକାରେ ଏଭଲି ନିମ୍ନମାନର କାର୍ଯ୍ୟ କରି ବିଲ ହାତେଇ ନେଥିବା କଥା ସାଧାରଣରେ ମହଲରେ ଚର୍ଚା ହେଉଛିlତେଣୁକରି ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକୁ ତଦନ୍ତ କରି ଉକ୍ତ କାର୍ଯ୍ୟରେ ସଂପୃକ୍ତ ଥିବା ଠିକାଦାର ଓ ସରକାରୀ ଅଫିସରଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।

Post a Comment

Previous Post Next Post