ଅଧ୍ୟାପକ ଙ୍କୁ ରେଡ କ୍ରସ ର ସର୍ବୋଚ୍ଚ ଜାତୀୟ ପୁରସ୍କାର ପ୍ରଦାନ

 

କଣ୍ଟାମାଳ, (ମନଧରକର୍ମୀ) ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡ କ୍ରସ ର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସ ଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନିୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡ କ୍ରସ ତରଫରୁ ସର୍ବୋଚ୍ଚ ମେରିଟ ଆୱାର୍ଡ଼ ପୁରସ୍କାର ପ୍ରଦାନ କରାଯାଇଛି । କରୋନା ପାଇଁ ଦିଲ୍ଲୀ ରେ କାର୍ଯ୍ୟକ୍ରମ ବାତିଲ ହେବାରୁ ଭାରତର ରାଷ୍ଟ୍ରପତିଙ୍କ ତରଫରୁ ଓଡିଶା ର ମହାମହିମ ରାଜ୍ୟପାଳ ଗଣେଶଜୀ ଲାଲ ଏକ ସ୍ୱତନ୍ତ୍ର ଉତ୍ସବ ରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ଭାରତ ର ଛ ଜଣ ଙ୍କ ମଧ୍ୟରୁ ସେ ମନୋନୀତ ହୋଇ ଏହି ସାମ୍ମନ ପାଇଛନ୍ତି । ସେ କରୋନା ସମୟରେ ନିଜ ଗାଡି ରେ କୋରନା ରଥ ବାହାର କରି ବହୁ ଲୋକଙ୍କର ଜୀବନ ରକ୍ଷା କରି ଥିଲେ । ସେ ମଧ୍ୟ ନିଜେ ୧୦୦ ରୁ ଉର୍ଦ୍ଧ ରକ୍ତଦାନ କରି ଅନେକଙ୍କର ଜୀବନ ବଂଚେଇଛନ୍ତି । ରେଡ କ୍ରସ ର ଆଜୀବନ ସଦସ୍ୟ ଭାବରେ ଏହି ଜାତୀୟ ସ୍ତରର ପୁରସ୍କାର ପାଇ ଥିବାରୁ ଜିଲ୍ଲା ଏବଂ ରାଜ୍ୟ ର ସ୍ବେଛାସେବୀ ମହଲରେ ଆନନ୍ଦ ଖେଳି ଯାଇଛି । ସେଥିପାଇଁ ରାଜ୍ୟ ରେଡ କ୍ରସ ର ସଚିବ ସି ଟି ମ୍ ସୁଗୁଣା, ଜିଲ୍ଲାପାଳ ବୌଦ୍ଧ, ଉପଜିଲ୍ଲାପାଳ ଇତ୍ୟାଦି ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

Previous Post Next Post