ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ


ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିବା ଜଳ ଶକ୍ତି ଅଭିଯାନ ର କେନ୍ଦ୍ର ନୋଡାଲ ଅଧିକାରୀ ତଥା ନିର୍ଦେଶକ ବନ୍ଦର ଓ ଜାହାଜ ଚଳାଚଳ, ଜଳ ମାର୍ଗ ଶ୍ରୀଯୁକ୍ତ ବିନୟ ପ୍ରଜାପତି, ରାଜ୍ୟ ନୋଡାଲ ଅଧିକାରୀ ଭୁତଳ ଜଳ ବୈଜ୍ଞାନିକ ଶ୍ରୀଯୁକ୍ତ ସୁଦର୍ଶନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଆର ଡବ୍ଲୁ ଏସ ଏସ ର ବିଭୁ ପ୍ରସାଦ ପଣ୍ଡା ପ୍ରମୁଖ ଆଦି ଜିଲ୍ଲାର ସୋନପୁର ବ୍ଲକ ର ଝିଙ୍କି,ସାହାଜପିଟା, କଳାପଥର, ତରଭା ବ୍ଲକ ର ଦେଉଳପଦର, ଅର୍ଡା, ଉଲୁଣ୍ଡା ବ୍ଲକ ର ଜାଲୋଏ ଓ କଳାପଥର ତଥା ବିନିକା ବ୍ଲକ ର ସିଂହୀଯୁବା ଓ କର୍ତ୍ତଙ୍ଗ ଠାରେ ଚାଲିଥିବା ବିଭିନ୍ନ ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପ, ବୃକ୍ଷ ରୋପଣ, ଓ ସମନ୍ୱିତ ଉଦ୍ୟାନ କୃଷି ପ୍ରଭୁତି, କାର୍ଯ୍ୟକ୍ରମ ର କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ଗତ କାଲି ଅପରାହ୍ନ ରେ ଜଳ ଶକ୍ତି ଅଭିଯାନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ଠାରେ କେନ୍ଦ୍ର ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀ ତଥା ନିର୍ଦ୍ଦେଶକ ବନ୍ଦର ଏବଂ ଜାହାଜ ଚଳାଚଳ, ଜଳ ମାର୍ଗ ( କେନ୍ଦ୍ର ସରକାର ) ବିନୟ ପ୍ରଜାପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମୀକ୍ଷା ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାଣେ ରାଜ୍ୟ ଜଳ ଶକ୍ତି ଅଭିଯାନ ର ନୋଡାଲ ଅଧିକାରୀ ବୈଜ୍ଞାନିକ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା୍ର ଜଳ ପରିଚାଳନା ଓ ଜଳ ସଂରକ୍ଷଣ ତଥା ଚାଷ ରେ ଜଳର ଉପଯୋଗୀତା, ବନୀକରଣ, ସମନ୍ବିତ ଉଦ୍ୟାନ କୃଷି ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ।


ବୈଠକ ରେ ଜିଲ୍ଲାର ବିଭିନ୍ନ ବିଭାଗ ଏମ. ଆଇ / ଆର. ଡବ୍ଲୁ. ଏସ ଏସ / ଜଙ୍ଗଲ ବିଭାଗ / ଜଳ ବିଭାଜିକା, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବିସ୍ତୃତ ଭାବରେ ଜଳ ସଂରକ୍ଷଣ, ଜଳ ପରିଚାଳନା ତଥା ଜଳ ସଂରକ୍ଷଣ କାର୍ଯ୍ୟନ୍ୱୟନ ର ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଜଳର ଉପଯୁକ୍ତ ସଂରକ୍ଷଣ, ଜଳର ସୁପରିଚାଳନା ତଥା କମ ଜଳ ଉପଯୋଗୀ ଚାଷ ଉପରେ ଅଧିକ କ୍ରିୟାଶୀଳ ହେବାକୁ କେନ୍ଦ୍ର ନୋଡାଲ ଅଧିକାରୀ ଶ୍ରୀ ପ୍ରଜାପତି ପରାମର୍ଶ ଦେଇଥିଲେ । ବିଭିନ୍ନ ଜଳ ବିଭାଜିକା ତଥା ଫାର୍ମ ପଣ୍ଡର ହିତାଧିକାରୀ ଚାଷୀଙ୍କୁ ଜଳ ର ସୁପରିଚାଳନା ତଥା ଜଳ ସଂରକ୍ଷଣ ଉପରେ ବିଶେଷ ସଚେତନତା କରାଇବା ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ।


ପ୍ରତିନିଧି ଦଳ ଜିଲ୍ଲାରେ ଜଳ ର ସୁ ପରିଚାଳନା ତଥା ଜଳର ଅମଳ ଓ ସଂରକ୍ଷଣ ନିମନ୍ତେ ଜିଲ୍ଲା ଜଳ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ ନିହାର ରଞ୍ଜନ କଁହର ପରିଚାଳନା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଡି ଆର ଡି ଏ ଇଂ ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ ବ୍ଲକ ର ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Post a Comment

Previous Post Next Post